ଖଲିଆପାଲି କ୍ରିକେଟ କପ୍‌ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ସ୍କୁଲ ପଡିଆରେ ନେତାଜୀ କ୍ଲବ ଦ୍ୱାରା ଆୟୋଜିତ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଖଇରା ଦଳ ଟସ୍‌ ଜିତି ପ୍ରଥମେ ଫିଲଡିଂ କରିଥିଲା । ପ୍ରଥମେ ଖଲିଆପାଲି ଦଳ ବେଟିଂ କରି ୬ ଓଭରରେ ସମସ୍ତ ଉଇକେଟ ହରାଇ ୩୪ ରନ ସଂଗ୍ରହ କରିଥିଲେ । ତାପରେ ଖଇରା ଦଳ ୩.୪ ଓଭର୍‌ରେ ବିଜୟୀ ହୋଇଥିଲେ । ମ୍ୟାଚ୍‌ ପରେ ଅନୁଷ୍ଠିତ ଉଦ୍‌ଯପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟର ସୁଶାନ୍ତ ଦାସ ଓ ସମ୍ମାନିତ ଅତିଥି ରୂପେ ଡ଼ଃ ସୁରେଶ କୁମାର ପତି ବିଜେତା ଦଳକୁ ୨୨୫୦୦ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୧.୫୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ମେନ ଅଫ ଦ’ ସିରିଜ(ସାଇକେଲ) ଖଲିଆପଲି ସୁଦାମଙ୍କୁ ପ୍ରଦାନ କରାଯାଇଥିଲା । ମେନ ଅଫ ଦ’ ଫାଇନାଲ ମ୍ୟାଚ୍‌ (ମୋବାଇଲ) ଖଇରାର ପ୍ରତାପଙ୍କୁ ଦିଆଯାଇଥିଲା । ସ୍କୋରିଂରେ ପ୍ରଶାନ୍ତ, ଅମ୍ପାୟାର ଗୋପାଳ ଓ ସୁରେଶ ଓ ଧାରା ବିବରଣୀ ସୁଶାନ୍ତ ପ୍ରଦାନ ଦେଇଥିଲେ । ଅନ୍ୟାନ୍ୟ କାର୍ଯ୍ୟରେ ଦୁଷ୍ମନ୍ତ ପଟେଲ, ଲବ ଡ଼ନସନା, ଭୀମ ପଟେଲ, ଭାସ୍କର ବାଗ, ସୁରେଶ ବାଗ, ମଂଟୁ ବାରିକ ସହଯୋଗ କରିଥିଲେ ।

Leave A Reply

Your email address will not be published.