ବଲାଙ୍ଗିରର ପ୍ରତିଯୋଗୀଙ୍କୁ ସର୍ବ ଭାରତୀୟ ଶକ୍ତି ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ ସ୍ପୋର୍ଷ୍ଟ ପାୱାର ଲିଫ୍‌ଟିଂ ଆସୋସିଏସନ ଦ୍ୱାରା ଆୟୋଜିତ ୪୭ ତମ ସର୍ବ ଭାରତୀୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଲାଭ କରିଛନ୍ତି । ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୫୦ ଜଣ ପ୍ରତିଯୋଗୀ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରିଥିଲେ । ମାଷ୍ଟର ଗୃପରେ ସୁଦାମ ବହେରା (ଏମ୍‌-୩ ବର୍ଗରେ) ସର୍ବମୋଟ ୩୧୦ କେଜି ଓଜନ ଉଠାଇ ସ୍ୱର୍ଣ୍ଣ, ନେପାଳ ବାଗ (ଏମ୍‌-୧ ବର୍ଗରେ) ୩୫୦ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଓ ସିନିୟରରେ ରାମ ପ୍ରସାଦ ବିଶି ୪୩୭.୫ କେଜି ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଥିଲେ । ଟିକ୍ରାପଡା ସ୍ଥିତ ବିଡିଜିଏରେ ଅଭ୍ୟାସରତ ଏହି ତିନି ଜଣ ବଲାଙ୍ଗିରରେ ପହଂଚିବା କ୍ଷଣି ବିଡିଜିଏର ସଂପାଦକ ସଂଗ୍ରାମ ବହିଦାର, ସଂଜୟ ଶତପଥି, ଗୋପାଳ ସୁନା, ରୁପକ କୁମାର ବରାଳ ଓ ଅନ୍ୟ ସଭ୍ୟମାନେ ଫୁଲତୋଡା ଦେଇ ଏମାନଙ୍କୁ ସ୍ୱାଗତ କରିଥିଲେ । ସର୍ବ ଭାରତୀୟ ପ୍ରତିଯୋଗିତାରେ ସଫଳତା ପାଇଥିବା ସୁଦାମ ସାହୁଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ନେପାଳ ବାଗଙ୍କ ବୟସ ୫୦ ବର୍ଷ । ଶକ୍ତି ଉତ୍ତୋଳନ ଭଳି ପ୍ରତିଯୋଗିତାରେ ଏହି ବୟସରେ ସଫଳତା ହାସଲ କରିଥିବା ଏହି ପ୍ରତିଯୋଗୀମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ ଏହା ହିଁ ଆଶା କରାଯାଏ ବୋଲି ବିଡିଜିଏର ସଂପାଦକ ଶ୍ରୀ ବହିଦାର କହିଛନ୍ତି ।

Leave A Reply

Your email address will not be published.