pakka

ବଲାଙ୍ଗିର କପ୍‌ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ : ଗାନ୍ଧୀନଗର ପଡା ଏବଂ ପାଟଣାଗଡ ଦଳ ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ବଲାଙ୍ଗିର କପ୍‌ ପ୍ରତିଯୋଗିତା ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗାନ୍ଧୀନଗର ପଡା ଏବଂ ୟଙ୍ଗ୍‌ ଷ୍ଟୁଡେଣ୍ଟ କଲେଜ ଛକ ଦଳ ମଧ୍ୟରେ ଖେଳାଯାଇଥିଲା । ୟଙ୍ଗ୍‌ ଷ୍ଟୁଡେଣ୍ଟ କଲେଜ ଛକ ଦଳ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ୍‌ କରିଥିବା ବେଳେ ଗାନ୍ଧୀନଗର ପଡା ତରଫରୁ ରୂପକ ୭୩ ଏବଂ ଅଜୁ -୪୨ ରନର ସହାୟତାରେ ମ୍ୟାଚ୍‌ ଜିତିଥିଲା । ତେବେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ପାଟଣାଗଡ ଏବଂ କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ ଦଳ ବିଜୟୀ ହୋଇଥିଲା । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଚେୟାରମ୍ୟାନ୍‌ ଗୋଲାପ ବାଗ ଏବଂ ସମ୍ମାନିତ ଅତିଥି ଭାବରେ ଲୋଟସ ଷଡଙ୍ଗୀ, ଟୁନା ମିଶ୍ର ଏବଂ ବଲାଙ୍ଗିିର ସ୍ପୋର୍ଟସ ଅଫିସର ରାଜେନ୍ଦ୍ର ପ୍ରସାଦ ବଢେଇ ଉପସ୍ଥିତ ଥିଲେ । ମ୍ୟାଚ୍‌ ପରିଚାଳନା କରିଥଲେ । ମନୋଜ ଛିନ୍ଦା, ସୁଦର୍ଶନ ବାଗ, ସୁରଜ ଛତ୍ରିଆ ଏବଂ କୁଲଦୀପ ସୁନା ।

jay balangir
Leave A Reply

Your email address will not be published.

10 + one =

error: Content is protected !!