ନୃସିଂହନାଥ କପ୍‌ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଥିବା ପଡିଆରେ ୨୨ତମ ନୃସିଂହନାଥ କପ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ ହୋଇଛନ୍ତି । ଦିନକିଆ ଏହି ଖେଳରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫଇନାଲ ଖେଳରେ ବଲାଙ୍‌ଙ୍ଗିରର ସୋନୁ ନାୟକ ଓ ପ୍ରତିକ ସିଂଦେଓଙ୍‌ଙ୍କ ସହିତ ସୋନପୁରର ସରୋଜ ଭୋଇ ଓ ଚିନ୍ମୟ ବେହେରାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ୨୧/୧୫, ୧୯/୨୧ ଓ ୨୧/୧୩ ସେଟରେ ସୋନୁ ଓ ପ୍ରତିକ ଚମ୍ପିଆନ ହୋଇଥିଲେ ।

ଉଦଯାପନୀ ଉତ୍ସବରେ ସୁଶାନ୍ତ ପାଣିଗ୍ରହୀଙ୍କ ସଭାପତିତ୍‌ତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତାବିରା ପ୍ରାଣୀଧନ ଚିକିତ୍ସକ ଡା. ଶୋଭନ ନୟକ, ଡା.ଦେବୀ ପ୍ରସାଦ ବେହେରା, ପ୍ରଦୀପ୍ତ ସାହୁ, ଜୟନ୍ତ ସାହୁ, ଲିଙ୍ଗରାଜ ସାହୁ, ନୃରସିଂହ ପ୍ରଧାନ, ପ୍ରମୋଦ ପ୍ରଧାନ, ସୁରଥ ସାହୁ ଯୋଗ ଦେଇ ବିଜୟୀ ଓ ଉପବିଜୟୀ ଦଳକୁ ଟ୍ରଫି ସହ ପୁରସ୍କୃାର ପ୍ରଦାନ କରାଯାଇଥିଲା । ଅତିଥିମାନେ ପାଇକମାଳର ଯୁବ ଖେଳାଳି ଆୟୁସ ଅଗ୍ରୱାଲ, ଟୁଣ୍ଣାମେଣ୍ଟର ଶ୍ରଷ୍ଠ ଖେଳାଳିଭାବେ ପଦ୍ମପୁରର ରାଜେଶ ଅଗ୍ରୱାଲ, ରାଜ ଖରିଆରର ମୁକେଶ ଧରୁଆଙ୍କୁ ଟ୍ରଫି ସହ ସମ୍ମାନିତ କରାଯାଇଥିଲା । ସୁମିତ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ଗୋପାଲ ଅଗ୍ରୱାଲ, କୁନ୍ଦନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଜ୍ୟାକି ସରାଫ ସ୍କ୍ରୋର ଦାୟିତ୍‌ତ୍ୱ ତୁଳାଇଥିଲେ । କବି ଅଗ୍ରୱାଲ, ସୁମନ୍ତ ସାହୁ, କମଲ ପଟେଲ, ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.