ପଞ୍ଜାବକୁ ୬୯ ରନରେ ମାତ୍ ଦେଲା ହାଇଦ୍ରାବାଦ୍ : ୯୬ ରନ୍‌ର ଦୃତ ପାଳି ଯୋଗୁଁ ବେୟାରଷ୍ଟୋ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କୃତ : ହାଇଦ୍ରାବାଦର ତୃତୀୟ ସ୍ଥାନକୁ ଲମ୍ଫ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ରେ ଗୁରୁବାର ଆଇପିଏଲ୍ ୨୨ତମ ମ୍ୟାଚ୍ ସରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା । ଡେଭିଡ୍ ୱାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ କମାଲ ଯୋଗୁଁ ହାଇଦ୍ରାବାଦ ୬୯ ରନ୍‌ରେ ପଞ୍ଜାବକୁ ପରାସ୍ତ କରିଦେଲା । ହାଇଦ୍ରାବାଦର ୨୦୧/୬ ଜବାବରେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ବେୟାରଷ୍ଟୋ ମ୍ୟାାଚର୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କଲେ । ହାଇଦ୍ରାବାଦ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଷଷ୍ଠରୁ ତୃତୀୟ ସ୍ଥାନକୁ ଲମ୍ପ ମାରିଥିଲା ବେଳେ ପଞ୍ଚମ ପରାଜୟ ସହ ପଞ୍ଜାବ ଅଷ୍ଟମ ତଥା ଶେଷ ସ୍ଥାନରେ ଅପରିବର୍ତିତ ରହିଲା ।
ଗୁରୁବାର ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ଯୋଡ଼ି ଅଧିନାୟକ ଡେଭିଡ୍ ୱାର୍କର ଓ ଜନି ବେୟାରଷ୍ଟା ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦୁହେଁ ପଞ୍ଜାବ ବୋଲରଙ୍କୁ ନିର୍ଦୟ ପ୍ରହାର କରି ପ୍ରଥମ ୱିକେଟ୍‌ରେ ୧୫ ଓଭରରୁ ୧୬୦ ରନ୍ ଯୋଡ଼ିଥିଲେ। ଗୁରୁବାର ବେୟାରଷ୍ଟା (୯୭) ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲା ବେଳେ ୱାର୍ନର ଅଧଶତକ ପୂରଣ ପରେ ପାଭିଲିୟନ୍‌ ଫେରିଯାଇଥିଲେ। ଉଭୟଙ୍କୁ ୧୬ତମ ଓଭରରେ ହିଁ ରବି ବିଷ୍ଠାଇ ଶିକାର କରିନେଇଥିଲେ । ଏହାପରେ ୧୭ତମ ଓଭରର ପ୍ରଥମ ବଲ୍‌ରେ ମନୀଷ ପାଣ୍ଡେଙ୍କୁ ଆଉଟ୍ କରିବା ପରେ ପ୍ରିୟମ ଗର୍ଗଙ୍କୁ ଖାତା ଖୋଲିବାକୁ ନିଦେଇ ଅର୍ଶଦୀପ୍ ନିଜର ଦ୍ବିତୀୟ ୱିକେଟ୍ ଦଖଲ କରିଥିଲେ । ତେବେ ମାତ୍ର ୧ ରନ୍ ବ୍ୟବଧାନରେ ୩ ୱିକେଟ୍ ହରାଇ ହାଇଦ୍ରାବାଦ ସମ୍ଭାବ୍ୟ ବୃହତ୍ ୟୋର୍ କରିବାକୁ ବଞ୍ଚିତ ହୋଇଥିଲା । ଅବଦୁଲ ସମଦଙ୍କୁ ହାତରେ କ୍ୟାଚ୍ କରାଇ ବିଷୋଇ ନିଜର ତୃତୀୟ ୱିକେଟ୍ ଅକ୍ତିଆର କରିଥିଲେ । ହେଲେ କେନ୍ ୱିଲିୟମ୍‌ସନ୍ ଏବଂ ଅଭିଷେକ ଶର୍ମା ଶେଷକୁ ଦ୍ରୁତ ଖେଳିବାରୁ ଦଳୀୟ ସ୍କାର୍ ୨୦୦ ଟପି ଯାଇଥିଲା ।
ଦ୍ଵିତୀୟ ପାଲିର ଦ୍ବିତୀୟ ଓଭରରେ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲ ରନ୍ ଆଉଟ୍ ୨୦୨ ରନ୍‌ର ପିଛା କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ଶକ୍ତ ଝଟ୍କା ଥିଲା । ଏହାପରେ ପ୍ରିୟମ ଗର୍ଗ ଏବଂ ଅଧିନାୟକ କେଏଲ୍ ରାହୁଲ ଦଳୀୟ ସ୍କୋର୍ ୫୮ ବେଳକୁ ମଧ୍ୟ ପାଭିଲିୟନ୍‌ ଫେରିଯାଇଥିଲେ। ତେବେ ନିକୋଲସ୍ ପୂରନ ଚଳିତ ସଂସ୍କରଣର ଦ୍ରୁତତମ ଅର୍ଧଶତକ ଲାଭ ହାସଲ କରି ଆଶା ଦେଇଥିଲେ । ସେ ଘିନର ଅଦୁଲି ସମଦଙ୍କ ଗୋଟିଏ ଓଭରରେ ୪ ଛକା ଓ ଗୋଟିଏ ଚୌକା ଜରିଆରେ ୨୮ ରନ୍ ଆଦାୟ ମଧ୍ୟ କରିଥିଲେ। ମାତ୍ର ୧୭ ବଲ୍‌ରୁ ୫୦ ରନ୍ (୨ ଚୌକା, ୬ ଛକା) ସଂଗ୍ରହ କରିବା ସହିତ ରାଜସ୍ଥାନ ରୟାଲ୍‌ସ ସଞ୍ଜୁ ସାସନ୍ (୧୯ ବଲ୍‌ରୁ ୫୦ ହଟ୍ ବନାମ ଚେନ୍ନାଇ ସୁପର କିଙ୍ଗ୍ସ)ଙ୍କୁ ପଛରେ ପକାଇ ଦେଇଥିଲେ । ସକ୍ତ ପୂରନ୍ ମଧ୍ୟ ଗ୍ଲେନ୍ ମ୍ୟାକ୍ସଙ୍କ ସହ ଚତୁର୍ଥ ୱିକେରେ ୪୭ ହୁଲ ରନ୍‌ ଯୋଡ଼ିଥିଲେ । ହେଲେ ମୟଙ୍କଙ୍କ ଭଳି ମ୍ୟାକ୍ସୱେଲ୍ ମଧ୍ୟ ରନ୍ ଲା। ଆଉଟ୍ ହୋଇଯାଇଥିଲେ । ୧୦୪ ରରେ ୪ ୱିକେଟ୍ ହରାଇ ଦଳ ସଂକଟରେ ପଡ଼ି ଯାଇଥିଲା । ପୁଣି ଏକମାତ୍ର ଆଶା ପୂରନଙ୍କୁ ପଞ୍ଚଦଶ ଓଭରରେ ରସିଦ୍ ଖାନ୍ ଆଉଟ୍ କରିଦେବାରୁ ପଞ୍ଜାବ ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ୧୨୬ରେ ୬ ୱିକେଟ୍ ହରାଇବା ପରେ ପଞ୍ଜାବ ଆଉ ୬ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା ।

Leave A Reply

Your email address will not be published.