oom

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବିକାଶ କ୍ରିକେଟ କ୍ଲବ୍ ଓ କଟାପାଲି ସ୍ପୋର୍ଟସ ଆସୋସିଏସନ୍ ବିଜୟୀ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଗତକାଲି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେଗତକାଲି ମ୍ୟାଚକୁ ବିକାଶ କ୍ରିକେଟ କ୍ଲବ୍ ଓ କଟାପାଲି ସ୍ପୋର୍ଟସ ଆସୋସିଏସନ୍ ବିଜୟୀ ହୋଇଛନ୍ତି । ଗତକାଲି ଖେଳରେ ବିକାଶ ଷ୍ଟାଡିୟମରେ ବିକାଶ କ୍ରିକେଟ କ୍ଲବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଲରମ୍ଭା ମହାବିଦ୍ୟାଳୟ ବିରୁଦ୍ଧରେ ନିର୍ଦ୍ଧାରିତ ୫୦ ଓଭରରେ ୩୧୧/୯ ରନର ଏକ ବିଶାଳ ସ୍କୋର କରିଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ନିହାର ରଞ୍ଜନ ବେହେରାଙ୍କ ୯୩ ରନ, ଭବତୋଶ ପରିମାଣିକଙ୍କ ୬୨ ରନ, ଦୀପକ ବେହେରାଙ୍କ ୪୨ ରନ, ତରଙ୍ଗ ଶର୍ମାଙ୍କ ୨୩ ରନ ଫଳରେ ଦଳ ୩୧୧/୯ ରନ କରିବାରେ ସକ୍ଷମ ହୋଇଥିଲା । ପ୍ରତିପକ୍ଷ ଲରମ୍ଭା ଦଳ ପକ୍ଷରୁ ଅତୁଲ୍ୟ କର୍ଣ୍ଣ ୬୪/୩, ସୁବ୍ରତ ଭୋଇ ୩୨/୩, ବିକାଶ ଅଗ୍ରୱାଲ ୫୮/୧, ମୌସମ ପାତ୍ର ୨୮/୧, ବିଜନ ଦେହେରି ୫୪/୧ ୱିକେଟ୍ ନେଇଥିଲେ । ଏହି ବଡ ସ୍କୋରର ପିଛାକରି ଲରମ୍ଭା ଦଳ ହରିଶ ପାତ୍ରଙ୍କ ୫୮ ରନ, ଶଙ୍ଖ ଗଡଟିଆ ୩୯ ରନ, ସୁବ୍ରତ ଭୋଇଙ୍କ ୧୬ ରନ ଫଳରେ ଦଳ ୪୦ ଓଭର ଖେଳି ସମସ୍ତ ୱିକେଟ୍ ହରାଇ କରିଥିଲା ୧୫୫ ରନ ଓ ମ୍ୟାଚକୁ ୧୫୬ ରନରେ ହାରି ଯାଇଥିଲା । ବିକାଶ ପକ୍ଷରୁ ପ୍ରଶାନ୍ତ ପାଇକରାୟ ୨୬/୩, ନିଖିଳ ପାଢ଼ୀ ୨୯/୨, ରାକେଶ ରଞ୍ଜନ କିଶାନ୍ ୨୭/୨, ତରଙ୍ଗ ଶର୍ମା ୨୪/୨ ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ପ୍ରଦୀପ ଦାଶ । ସ୍କୋରର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା କଟାପାଲି ସ୍ପୋର୍ଟସ ଆସୋସିଏସନ୍ ଓ ଉତ୍କଳ ଶାନ୍ତି କ୍ରିକେଟ କ୍ଲବ୍ ଅନୁଷ୍ଠିତ ମ୍ୟାଚ୍ରେ ଉତ୍କଳ ଶାନ୍ତି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଉମେଶ ଦୀପଙ୍କ ୫୬ ରନ, ହିମାଂଶୁ ଭୋଇଙ୍କ ୫୨ରନ, ଯଶୋବନ୍ତ୧୮ରନ, ଜୟଦୀପ ଭୋଇଙ୍କ ୧୯ ରନ ଫଳରେ ଦଳ ୩୩.୫ ଓଭରରେ ୧୭୭ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପ୍ରତିପକ୍ଷ କଟାପାଲି ସ୍ପୋର୍ଟସ ଏସୋସିଏସନ୍ ପକ୍ଷରୁ ସାଜନ ସାହୁ ୩୮/୪, ସୋହନ ସାହୁ ୨୪/୨, ଜ୍ୟୋତି ସେଟ ୨୯/୨ ୱିକେଟ୍ ନେଇଥିଲେ । ଏହାର ଜବାବରେ କଟାପାଲି ଦଳ ବ୍ୟାଟିଂ କରି ସୃତିରାଜ ମିଶ୍ରଙ୍କ ୭୨ରନ,ସାଜନ୍ ସାହୁଙ୍କ ୩୧ ରନ, ପପୁନ ସେଟଙ୍କ ୧୬ ରନ, ସୁନିଲ ମହାନା ୨୨ ରନ ଫଳରେ ଦଳ ୩୨.୪ ଓଭରରେ ୧୭୮/୮ ରନ କରି ମ୍ୟାଚକୁ ୨ ୱିକେଟରେ ଜିତି ନେଇଥିଲେ । ପ୍ରତିପକ୍ଷ ଉତ୍କଳ ଶାନ୍ତି ଦଳର ସରୋଜ ପ୍ରଧାନ ୪୮/୩, ପିକେଶ୍ ସ୍ୱାଇଁ ୩୫/୩, ରାମ ବେରୀବାଲ ୩୮/୧ ୱିକେଟ୍ ନେଇଥିଲେ । ଶୁଭମ ପାତ୍ର ଓ ଭରତ ଚେତନ ପଣ୍ଡା । ସ୍କୋରର ଥିଲେ ମନୋଜ ପାତ୍ର ।

jittmm
Leave A Reply

Your email address will not be published.