pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ମାନସ ସାହାଣି ଏବଂ ଅଂଶୁମାନ ମିଶ୍ରଙ୍କ ଶତକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ତୃତୀୟ ଦିନରେ କଣ୍ଟାବାଞ୍ଜି ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ନାଏକ କ୍ରିକେଟ ଏକାଡେମୀକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ନାଏକ ଏକାଡେମୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ବିନିମୟରେ ୩୭୫ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମାନସ ସାହାଣି ଧୁଆଁଧାର ୧୨୫ରନ (୭୩ ବଲ), ଅଂଶୁମାନ ମିଶ୍ର ଅପରାଜିତ ୧୧୩ ରନ୍‌ (୯୦ ବଲ)ଓ କିସନ ନାଏକ ୮୦ରନ୍‌ ସଂଗ୍ରହର କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ସେହେବାଜ ଖାନ ଓ ବିନୟ କୁମାର ୨ ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୩୭୬ରନ୍‌ର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିବା କଣ୍ଟାବାଞ୍ଜି ଦଳ ମାତ୍ର ୮୧ ରନ୍‌ରେ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ । ଫଳରେ ଏହି ମ୍ୟାଚକୁ ନାଏକ ଏକାଡେମୀ ଦଳ ୨୯୪ ରନ୍‌ରେ ବିଜୟୀ ହୋଇଥିଲେ । ନାଏକ ଏକାଡେମୀ ପକ୍ଷରୁ ସଫଳ ବୋଲର ଭାବେ ଇସାନ୍ତ ଦାସ ସର୍ବାଧିକ ୫ ଗୋଟି ଓ ସତ୍ୟଜିତ ସିଂହଦେଓ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ରଜତ ଦାସ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ମ୍ୟାଚ୍‌ ନବକିଶୋର କ୍ରିକେଟ କ୍ଳବ ଓ ଗାନ୍ଧୀନଗର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

thirteen − six =