pakka

ଦିବଙ୍ଗତ ସାମ୍ବାଦିକ ସୁଶୀଳ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ହେଉଥିବା ‘ଅତଏବ’ ପତ୍ରିକାର ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ସ୍ୱର୍ଗତ ସୁଶୀଳ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦିବଂଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସାମ୍ବାଦିକମାନେ ଦିବଙ୍ଗତ ସାମ୍ବାଦିକ ସୁଶୀଳ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ସମ୍ମାନ ଜଣାଇଥିଲେ । ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ରଙ୍କ ସହ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, ଗୋପାଲ ପ୍ରଧାନ, ବିରେନ୍ଦ୍ର କୁମାର ଝାଙ୍କର, ଚିତ୍ତରଂଜନ ମିଶ୍ର, ଦେବାଶିଷ ମିଶ୍ର, ସଚିତାନନ୍ଦ ବଗର୍ତ୍ତୀ ପ୍ରମୁଖ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

1 + two =