ହାତୀପଲଙ୍କ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଗତକାଲି ରାତି ୮ଟାରୁ ସକାଳ ପର୍ଯ୍ୟନ୍ତ ପାଖାପାଖି ୧୫ରୁ ୨୦ଟି ହାତୀପଲ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରୀରେ ପଶି ସମସ୍ତ ଧାନ ଖାଇ ଓ ମାଡିଦଳି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ରାତି ସାରା ହାତୀମାନଙ୍କୁ ନିଆଁ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଘଉଡାଇବା ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟରେ ଦୀପକ ଚୌହାନ, ଶରତ ଚୌହାନ, ଇନ୍ଦ୍ରଜିତ ଚୌହାନ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

Leave A Reply

Your email address will not be published.

two × 1 =

error: Content is protected !!