pr

ଏକାଦଶାହ ଅବସରରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କୁ ଶ୍ରଦ୍ଧା ସୁମନ

dr. purohit

ବଲାଙ୍ଗିର : ବଲାଙ୍ଗିର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଛି । ୧୨ ଜୁଲାଇ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ହରିହର ସାହୁ ଗନ୍ଧରେଲ ଠାରେ ରହିଥିବା ଅନାଥାଶ୍ରମର ପ୍ରତିଷ୍ଠାତା ହୋଇଥିବା ବେଳେ ରେଳୱେ ଷ୍ଟେସନ ନିକଟରେ ସର୍ବସାଧାରଣଙ୍କ ପାଇଁ ହରିହର ଜନକଲ୍ୟାଣ ମଣ୍ଡପ ସେ ନିଜେ ନିର୍ମାଣ କରିଥିଲେ । ବିଭିନ୍ନ ସମୟରେ ସେ ଗରିବ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଥିଲେ । ଅତ୍ୟନ୍ତ ଗରିବ ପରିବାରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ସାରା ଜୀବନ ସଂଘର୍ଷ କରି ଏକ ସଫଳତମ ଶୀର୍ଷକୁ ପହଂଚିବାରେ ସେ ଜଣେ ସଫଳ ପୁରୁଷ । ଗତ ଅଗଷ୍ଟ ମାସ ୨୪ ତାରିଖ ଦିନ ସେ ଇହଲୀଳା ତ୍ୟାଗ କରିଥିବା ବେଳେ ସାରା ସହରରେ ଶୋକର ଛାୟା ଖେଳି ଯାଇଥିଲା । ସ୍ୱର୍ଗତ ସାହୁଙ୍କ ବଡପୁଅ ଡା.ନରେନ୍ଦ୍ର ସାହୁ ବଲାଙ୍ଗିର ସହରରେ ନିଜକୁ ଜଣେ ସୁପ୍ରତିଷ୍ଠିତ ଡାକ୍ତର ଭାବେ ପରିଚିତ କରାଇ ପାରିଥିବା ବେଳେ ତାଙ୍କ ଆଉ ଜଣେ ପୁତ୍ର ସୁରେନ୍ଦ୍ର ସାହୁ ବିଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ୟ୍ୟରତ । ସେହିପରି ତାଙ୍କର ଅନ୍ୟ ଦୁଇ ପୁଅ ଦେବେନ୍ଦ୍ର ସାହୁ ଓ ରବୀନ୍ଦ୍ର ସାହୁ ମଧ୍ୟ ଜଣେ ଜଣେ ସଫଳ ବ୍ୟବସାୟୀ । ସ୍ୱର୍ଗତ ସାହୁଙ୍କ ଏକମାତ୍ର ଝିଅ ସରୋଜିନୀ ସାହୁ କଣ୍ଟିଲୋ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ।
ଆଜି ଏକାଦଶାହ ଅବସରରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବଲାଙ୍ଗିର ଟିକ୍ରାପଡ଼ାର ଶୋକାଭିଭୂତ ଡା. ନରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ସରୋଜିନୀ ସାହୁ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଲିଲି, ସୁଜାତା, ରାନୁ, ଗୀତା, ସାନି, ବବ୍‌ଲୁ, ଚିକୁଲୁ, ପିଙ୍କି, ଆଲୋକ, ଆଶୁ, ରିଙ୍କି, ସୌମିକ, ବିକି, ମୁନି, କୁନି, ବଂଟି, ସ୍ୱେଟି, କୁନି, ସୋନୁ, ସମୀ ଓ ପରିବାରବର୍ଗ ପ୍ରାର୍ଥନା କରିଛନ୍ତି ।

nrusinghnath
Leave A Reply

Your email address will not be published.