ଅନ୍ଧ ରାଇଜେ ଗଲି ମୁଁ ଦର୍ପଣ ବିକି !

ନିରଂଜନ ତ୍ରିପାଠୀ, ସାମ୍ବାଦିକ
ସାରା ବିଶ୍ୱକୁ ଘାଇଲା କରିବାକୁ ଯୋଜନା କରିଥିବା କରୋନା ଅଦୃଶ୍ୟମାନ ଭୂତାଣୁ କବଳରୁ ଭାରତ ମଧ୍ୟ ବାଦ୍‌ ପଡିନି । ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍‌?ସିଂ ମାଧ୍ୟମରେ ବିଚାର ବିମର୍ଷ ପରେ ସାରା ଭାରତ ବର୍ଷକୁ ଲକଡାଉନ ସଟଡାଉନ କରି ଜନସାଧାରଣଙ୍କୁ ସଚେତନ କରାଇଲେ । ଲୋକେ ବଂଚିବେ କେମିତି, ତାକୁ ଦୃଷ୍ଟିରେ ରଖି ଅନେକ ପ୍ୟାକେଜ ଘୋଷଣା ମଧ୍ୟ କଲେ । ଠିକ୍‌ କଥା, ହେଲେ ରାସନ କାର୍ଡ ଯାହାର ନାହିଁ, ଯେକି ନିମ୍ନରେଖା ତଳେ ଛନ୍ଦି ହୋଇ ଜୀବନ ଯାପନ କରୁଛି, ସେ ଏସବୁ ସୁବିଧା ପାଇ ପାରିଲାନାହିଁ ? ଚାଷୀ ତଥା ମଧ୍ୟବିତ୍ତ ପରିବାରମାନଙ୍କ ପାଇଁ ମଧ୍ୟ କିଛି ଆଖିଦୃଶ୍ୟିଆ ପ୍ୟାକେଜ ଘୋଷଣା କରା ଗଲାନାହିଁ । ଏମାନେ କ’ଣ ସ୍ୱାଧୀନ ଭାରତର ସାବତ ପୁଅ କି ? ଏ ପଟେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କାର୍ୟ୍ୟକ୍ରମର ଆଗଧାଡିରେ । ହେଲେ କଣ କରାଯିବ, ପଶୁ ପକ୍ଷୀ କୀଟ ପତଙ୍ଗ ମାନଙ୍କ ବଂଚିବା ସକାଶେ ଘୋଷଣା କରିଥିବା ପ୍ୟାକେଜରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ବୋଲି ଚର୍ଚ୍ଚା ହେଉଛି ସାଧାରଣରେ । ରାଜ୍ୟରେ ମୁନିସିପାଲିଟି ଠାରୁ ଆରମ୍ଭ କରି ଗ୍ରାମପଂଚାୟତ ଯାଏଁ ଗୋରୁଗାଈ କୁକୁର ମାଙ୍କଡମାନଙ୍କୁ ଦିନେ ଦି’ଦିନ ଖାଇବାକୁ ଦେଇ କୋଟି କୋଟି ଟଙ୍କା ଆତ୍ମସାତ କରାଗଲା । ଲକଡାଉନ ସଟଡାଉନରେ ରାଜ୍ୟ ସରକାର ଘୋଷଣା କରିଥିବା ଆହାର ଯୋଜନାରେ ଗରିବ ନିସଃହାୟ ଦରିଦ୍ର ଲୋକ ୫ ଟଙ୍କାରେ କେତେ ଖୁସିରେ ଡାଲାମା ଭାତ ମୁଠାଏ ପାଇ ପାରୁଥିଲେ । ହେଲେ ହଠାତ୍‌ ଠପ୍‌ କରି ଦିଆଗଲା । ଏଠି ପ୍ରଶ୍ନ ଉଠୁଛି, କଥାରେ ଅଛି ଘରେ ନାଇଁନ ଖୁରିଗିନା, ପୋ’ ବନୁଛେ ରାଜେଶ ଖାଁନ୍ନା । ଅର୍ଥାତ ଏତେ ପ୍ୟାକେଜ ଘୋଷଣା କରି ଲାଭ ହେଲା କାହାର କ୍ଷ ଯଦି ସରକାରର ଧଡି ନାହିଁ ତେବେ ଦେଖାଇ ହେବାର ମାନେ କଣ ?
ଏଇ କିଛି ଦିନ ତଳେ ଜଣେ ଆମ ପ୍ରତିନିଧି ବେଲପାହାଡ ଯାଇଥିଲେ ତାଙ୍କ ବନ୍ଧୁ ସାଙ୍ଗ ସାମ୍ବାଦିକ ରାଜାରାମ ମିଶ୍ରଙ୍କ ଘରକୁ । ସକାଳୁ ଚଲାବୁଲା କରିବା ପାଇଁ ସେମାନେ ବାହାରି ପଡିଲେ । ହେଲେ କଣ କରାଯିବ ପୁଳାପୁଳା କୁକୁର ମାନେ ଖାଇବକୁ ନ ପାଇ ସେମାନଙ୍କ ଆଡକୁ ଆଗେଇ ଆସୁଥାଆନ୍ତି । ଭୋକିଲା କୁକୁର ସତରେ କ’ଣ ସେମାନଙ୍କୁ ଝୁଣି ଖାଇଯିବେ କି ବୋଲି ଡ଼ରି ଯାଇଥିଲେ ବି । ଏପଟେ କରୋନା ମାଡି ଚାଲିଛି ଆଗକୁ ଆଗକୁ, ସେପଟେ ପ୍ୟାକେଜର ବ୍ୟତିକ୍ରମ ହେତୁ ପେଟଭୋକର ଜ୍ୱାଳା ସହ୍ୟ କରି ନ’ପାରି କୁକୁର ମାଙ୍କଡ ବିଲେଇ ଭଳି ଅନେକ ଜୀବ କଲବଲ ହେବାରେ ଲାଗିଲେଣି । ମନରେ ଶଙ୍କା ଉପୁଜୁଥାଏ, ସତରେ କଣ ଏପଟେ ମହାମାରୀ କରୋନା ଘାଇଲା କରିବାରେ ବ୍ୟସ୍ତ ଥିଲାବେଳେ ଓଡିଶା ରାଜ୍ୟରେ ଘାଇଲା କରିବେ କି କୁକୁର ? ଝୁଣିଝାଣି ଖାଇଯିବେ କି ଜୀବନ୍ତ ମଣିଷକୁ । ଏମିତି ଅନେକ ପ୍ରଶ୍ନବାଚୀ ଉଙ୍କି ମାରୁଛି, ଯନ୍ତ୍ରଣାରେ ଜର୍ଜରିତ ହୃଦୟକୁ । ବଂଚିବା ପାଇଁ ରାହା ନାହିଁ । ଦେଶ ସତରେ କଣ ସ୍ୱାଧୀନତା ପାଇଛି ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇ ରହିଯାଇଛି ବର୍ତ୍ତମାନର ମଣିଷ ସମାଜ । ଦହଗଂଜ ହୋଇ ଜୀବନ ବିତେଇ ଚାଲିଥିବା ମଣିଷ ସମାଜ କରୋନା କାଳରେ ଏକ ପ୍ରକାରର ପଙ୍ଗୁ ସମୟରେ ଡିଜିଟାଲ ଯୁଗର ଆରମ୍ଭ । ସ୍କୁଲବନ୍ଦ ହେତୁ ଅନଲାଇନ କ୍ଲାସ କରିବାକୁ ସରକାର ନିର୍ଦ୍ଦେଶ ପ୍ରଦାନ କଲେ । ଠିକ କଥା ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ଅନଲାଇନ କ୍ଲାସ କରିବାକୁ ହେଲେ ମୋବାଇଲର ଆବଶ୍ୟକତାଟି ସର୍ବସାଧାରଣରେ କରୋଡା ମାଡ ସଦୃଶ ପାଲଟିଗଲା । ଗ୍ରାମାଂଚଳମାନଙ୍କରେ ଅନେକ କମ୍ପାନୀ ମାନଙ୍କର ମୋବାଇଲ ଟାୱାର ଅଛି । ସତ କିନ୍ତୁ ୧ କିଲୋମିଟର ମଧ୍ୟରେ ଥିବା ଗାଁ ଗଣ୍ଡାରେ ମୋବାଇଲ କଥା ପଦୁଟିଏ ଯେଉଁଠି ହୋଇ ପାରୁନି, ସେଇଭଳି ଜାଗାରେ ନେଟ ସେବା କେମିତି ପହଂଚିବ, ତାହାକୁ ପ୍ରଥମେ ସରକାର ବିଚାରକୁ ନେବାର ଥିଲ। । ସ୍କୁଲକୁ ପାଦ ନଦେଇ ସ୍କୁଲ ମାନଙ୍କରେ ସ୍କୁଲ ଫିସ ଆଦାୟ କରିବା କେତେଦୂର ନ୍ୟାୟ ସଂଗତ ଅଟେ ! କରୋନା ଯୋଦ୍ଧା ଭାବେ ସମସ୍ତ ପରିସ୍ଥିତିରେ ଝାସ ଦେଇ ଓଡିଶା ତଥା ସମଗ୍ର ଭାରତ ବର୍ଷର ପ୍ରଗତିର ସାରଥୀ ଭାବେ ରାଜ୍ୟରେ ଅଗଣିତ ସାମ୍ବାଦିକ ତଥା ସାମାଜିକ କର୍ମୀମାନଙ୍କ ପାଇଁ କରୋନା କାଳରେ ଝାସଦେଇ ଲୋକଙ୍କ ପାଖରେ ପହଂଚି ସଚେତନତାର ବାର୍ତ୍ତା ପହଂଚାଇ ମଧ୍ୟ ହଜାର ସଂଖ୍ୟାର ସାମ୍ବାଦିକ ତଥା ସାମାଜିକ କର୍ମୀମାନଙ୍କ ପାଇଁ ଘୋଷିତ ପ୍ୟାକେଜରେ କିଛି ରହିଲା ନାହିଁ । ଏଇଟା ଏକ ପ୍ରକାରର ସରକାର ଉପହାସ କଲେ । ସାମ୍ବାଦିକ ଏପଟେ ପେଟର ଯନ୍ତ୍ରଣାରେ ଛଟପଟ ହୋଇ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ସତ, ହେଲେ ବଂଚିବ କେମିତି ଭୋକିଲା ପେଟରେ ଓଦା କପଡା ପକାଇ ଆଉ କେତେଦିନ ବଂଚିବ ? ବଂଚିଥିବା ଭିତରେ ତ କିଛି ପାଇ ପାରିଲା ନାହିଁ କରୋନା ଯୁଦ୍ଧ କାଳରେ ଯଦି କରୋନାରେ ମୃତ୍ୟୁବରଣ କରେ ତେବେ ରାଜ୍ୟ ସରକାର ତା ପରିବାରକୁ ୧୫ଲକ୍ଷ ଅନୁକମ୍ପାରାଶି ଘୋଷଣା କରିଛନ୍ତି । ହେଲେ ବଂଚିକି ତ କିଛି ପ୍ୟାକେଜ ମିଳିଲା ନାହିଁ । ମୃତ୍ୟୁ ପରେ କିଏ ଦେଖିବ ଘୋଷିତ ମୁତାବକ ପ୍ୟାକେଜ ମୃତ କରୋନା ଯୋଦ୍ଧା ସାମ୍ବାଦିକ ଭାଇଙ୍କ ପରିବାରଚୁ ମିଳିଲା ବୋଲି । କଥାରେ ଅଛି ଅନ୍ଧ ଦେଶେ ଗଲି ମୁଁ ଦର୍ପଣ ବିକି….ନୁହେଁ କି ?
ପଦ୍ମପୁର, ବରଗଡ
ମୋବାଇଲ ନଂ -୯୯୩୭୨୪୫୦୦୬

Leave A Reply

Your email address will not be published.