କବିତା ଚାଏର୍‌ଟା

ମୂଲ୍‌ ଲେଖା : ମୀରା ପୁର୍‌ୱାର୍‌
ଅନୁସୃଜନ୍‌ : ସନାତନ ଠାକୁର

। । ସାଗର୍‌ । ।
ହୋ ସାଗର୍‌ ଶୁନ’
ମାନୁଛେଁ, ତମେ ଚାହେଁଲେ
ପୁର୍‌ଥୀର୍‌ ସବୁ ନଏଦର୍‌ ମିଠାପନ୍‌ କେ
ଶୁଷି ପାର୍‌ବ’
ହେଲେ ତମର୍‌ ବୁନ୍ଦେକେ ଯଦି
ମିଠା କରି ପାର୍‌ତ’ ବଏଲେ
ତମର୍‌ ରାକ୍‌ସଂଧି ଗଲି ଯାଏତିଁ ।

। । ଫୁଟ୍‌ପାଥ୍‌ । ।
ଫୁଟ୍‌ପାଥ୍‌
ସତ୍‌ କେ ସତ୍‌ ପତିତପାବନ୍‌ ଆଏ
ଯେ ଜାଏତ୍‌ ପାଏତ୍‌, ଉଚ୍‌ ନୀଚ୍‌
ଭେଦ୍‌ଭାବ୍‌ ନାଇଁ କରି
ବେସାହାରା ଲୋକ୍‌ମାନ୍‌କେ
ଶରନ୍‌ ଦେସି ତାର୍‌ ଛାତି
ସମାଜ୍‌ଟା ଫୁଟ୍‌ପାଥ୍‌ ବାଗିର୍‌ ହେଇ ଯାଏତା କାଏଁ?

। । ଭୋକ୍‌ । ।
ଭୋକ୍‌
ତମେ ଯେତେ ଧରାନି ଗୁଡ଼ୁ ଖେଲୁଛ’ ଖେଲ’
ମୋର୍‌ ଅଁତିପୁଟା ଥି
ମତେ ଛେତ୍‌କା କର୍‌ବାର୍‌
ଯେତେ ଉପେ କରୁଛ କର’
ହେଲେ ଭୁକା ବଲି
ଲାଏଜ୍‌ ଲୁଜ୍‌ନା ନାଇଁ କର ।

। । ଶବଦ୍‌ । ।
ଶବଦ୍‌ ଯେତେ ଫିକା ଫିକା
ଆର୍‌ ବୁତ୍‌ରା ବୁତ୍‌ରା ଲାଗ୍‌ସନ୍‌
ଭୁକା ପେଟେ ଇସ୍‌କୁଲର୍‌ ବାଟ୍‌
ନାପ୍‌ବାର୍‌ଟା ମୁସ୍‌କିଲ୍‌ ଆଏ
ଅଁତିପୁଟା ଥି ଭୋକ୍‌ ଉଧ୍‌ଲା ମାଏଲେ
ମୁଠେ ଶବଦ୍‌ ନେଇଁସେ
ମୁଠେ ଭାତ୍‌ ଭଲ୍‌ ଲାଗ୍‌ସି ।

ପେଲେସ୍‌ ଲାଇନ୍‌, ବଲାଙ୍ଗିର
ମୋ – ୯୪୩୭୧୫୧୧୫୭

Leave A Reply

Your email address will not be published.