କବିତା : ଶବଦ୍

ସୁଜିତ୍‌ କୁମାର ଶତପଥି

ମୁଇଁ ଥିମି ନି ଥିମି ଉଁଝା କଥା
ହେଲେ ଇ ଶବଦମାନେ
ଥିବାର କଥା

ବିନକୁହେ ତ ଉଦୁରମାତ
ଫଏଲି ଯଉଛେ ଅଂଧାର
କେତେଦିନ ଛେଁକି ପାରମା ଯେ
କେତେଦିନ ଭି ରହେମା !

ଆସ ଇ ଶବଦମାନକୁ ପଜେଇଥିମା ଯେ
ଅଂଧାରର ଡେନା କାଟି
ନିବୁଜ୍‌ ପନନୁ
ମୁକଲେଇ ଆନବେ ବେଲ୍‌ ।

ଶବଦ୍‌ ସରସରା ଆକାଶେ
ମୁଟେ ନି ଥାଏ ଡର
ହରାଜିତାର କି କପ୍‌ସି ଯିବାର
ଢୁକୁଲଗା ଖୁଁଟର ଦିହେଁ ଭି
ଶବଦ୍‌ ଦେସି ପିକାବାର ତହଁକ
ପାଚଲା ପତର ଭିତରେ
ସାଗୁଆ ପନ୍‌କେ
ପାଆଁଲିବାର ବପୁ ।

ଇନ୍ତା ଭି ହେବା ଯେ
ସଭେ ଦିନେ ଶବଦ୍‌ ହେଇଯିମା
ଶବଦ୍‌ ଫୁଲ ହେଇ ଫୁଟବା
ପାଏନ ହେଇ ଝର୍‌ବା
ତରା ହେଇ ଝକ୍‌ବା ।

ଆସ ଶବଦ୍‌ ଜଗାମା..ଶବଦ୍‌
ଆମେ ଥିମା ନି ଥିମା ଉଁଝା କଥା
ଶବଦ୍‌ ଥିବାର କଥା
ଆଏବାର ସମିଆର୍ ଲାଗି
ଉଜଲ ପୁର୍‌ଥିର ଲାଗି । ।

ବାଗାଶ୍ରିତା, ସାଲେଭଟା,
ବଲାଙ୍ଗିର -୨୧
ମୋ.ନଂ. : ୯୫୫୬୭୧୧୨୭୨

Leave A Reply

Your email address will not be published.