ପଶ୍ଚିମବଙ୍ଗ : ନିର୍ବାଚନରେ ​​ଆରଜେଡି ଟିଏମସିକୁ ସମର୍ଥନ କରିବ

କୋଲକାତା : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ । ସୋମବାର ଦିନ ତେଜସ୍ୱୀ ଯାଦବ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ କହିଥିଲେ ଯେ, ଆମକୁ ଯେଉଁଠି ଦରକାର, ଆମେ ମମତା ବାନାର୍ଜୀଙ୍କ ସହ ଛିଡା ହୋଇଛୁ । ଆମର ପ୍ରଥମ ପ୍ରୟାସ ହେଉଛି, ବିଜେପିକୁ ଏଠାରେ ବଢ଼ିବା ବନ୍ଦ କରିବା । ଆମେ ମମତାଙ୍କ ଜିତିବାରେ ଆମର ସମ୍ପୂର୍ଣ୍ଣ ଶକ୍ତି ଲଗାଇବୁ । ଦେଶର ଲୋକଙ୍କୁ ବିଜେପି ପ୍ରତାରଣା କରିଛି ।

ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ତେଜସ୍ୱୀ ଲଢ଼ୁଛନ୍ତି, ତେବେ ଆମେ ବି ଲଢ଼ୁଛୁ; ଏହି ସଂଦେଶ ବିଜେପି ଜାଣିବା ଉଚିତ ।

Leave A Reply

Your email address will not be published.

nineteen − seven =