ବିଜେଡି ଯୁବ ନେତାଙ୍କ ପ୍ଲାଜମା ସଂଗ୍ରହ ଅଭିଯାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ରାଜ୍ୟ ଶାସନାଧୀନ ରାଜ୍ୟ ବିଜେଡି ଦଳ ପକ୍ଷରୁ କରୋନା ରୋଗୀଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ସାରା ରାଜ୍ୟରେ ପ୍ଲାଜମା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ନେତା ନିହାର ରଂଜନ ବେହେରା ସୁସ୍ଥ ହୋଇ ଫେରିଥିବା କରୋନା ସଂକ୍ରମିତଙ୍କୁ ଭେଟିଛନ୍ତି । ସୂଚନା ଥାଉକି, ରାଜ୍ୟରେ ମହାମାରୀ କରୋନା ପାଇଁ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମରେ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇ ଫେରିଥିବା ଲୋକଙ୍କୁ ଶ୍ରୀ ବେହେରା ଭେଟୁଛନ୍ତି । ପ୍ଲାଜମା ସଂପର୍କରେ ଅବଗତ କରି ତାଙ୍କର ଦାନ ଦ୍ୱାରା ଆଉ ଜଣେ କରୋନା ରୋଗୀ ସହଜରେ କିପରି ସୁସ୍ଥ ହୋଇ ପାରିବ ସେମାନଙ୍କୁ ବୁଝାଉଛନ୍ତି । ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ, ଅଦ୍ୟାବଧି ୭ ଜଣ ପ୍ଲଜମା ଦାନ ପାଇଁ ସହମତି ପ୍ରକାଶ କରିଥିବା କହିଛନ୍ତି ।

Leave A Reply

Your email address will not be published.