centurian jitm

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୁଷ୍ଠାଶ୍ରମରେ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

nschool

ବରଗଡ଼, (ନିରୋଜ କୁମାର ପାଣୀ) : ଅବହେଳିତ, ନିଷ୍ପେଷିତ ଏବଂ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ନେଇ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବିଗତ ୧୪ବର୍ଷ ଧରି ଅଭିନବ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରି ଆସୁଛି । ନିଜ ପରମ୍ପରା ଅନୁଯାୟୀ ବିଭିନ୍ନ କୁଷ୍ଠାଶ୍ରମ ଠାରେ ନିଜ ସଂଘର ବାର୍ଷିକ ଉତ୍ସବକୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଭାବେ ପାଳନ କରି ନିଜ ଦାୟିତ୍ବ ତୁଳାଇ ଆସୁଛି । ଏହି ଅବସରରେ ବରଗଡ଼ ରୁହୁଣିଆଁ ନିକଟସ୍ଥ ମୁଣ୍ଡାପଡ଼ା କୁଷ୍ଠାଶ୍ରମ ଠାରେ ସଂଘ ସଭାପତି ନାସିର ଖାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କୋଭିଡ-୧୯ ନିୟମାନୁସାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନିକ ବରିଷ୍ଠ ଅଧିକାରୀ ସଦାକର କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ନେବାକୁ ପରିପ୍ରକାଶ କରିବା ସହ ସଂଘର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ସୂଦୁର କେନ୍ଦ୍ରଶାସିତ ପ୍ରଦେଶ ପଣ୍ଡିଚେରୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ସଂପାଦକ ରାକେଶ ସାଗର ଯୋଗ ଦେଇ ଜିଲ୍ଲା ସାମ୍ବାଦିକ ସଂଘର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ମନ୍ତବ୍ୟ ଦେଇଥିଲେ ।

ସଂଘ ସଂପାଦକ ବିପିନ ଦାଶଙ୍କ ପରିଚାଳନାରେ  ଅନୁଷ୍ଠିତ ପରବର୍ତ୍ତି କାର୍ଯ୍ୟକ୍ରମରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ମାସ୍କ, ବେଡସିଟ, ଚ଼ାଦର, ଲୁଙ୍ଗି, ଶାଢୀ, ଗାଂଜି, ଗାମୁଛା ଇତ୍ୟାଦି ବସ୍ତ୍ର ପ୍ରଦାନ କରି ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତୁଲସୀ ଚ଼ରଣ ଦାଶ, ପ୍ରଦୀପ୍ତଭାନୁ ମହାନ୍ତି, ସୁଶାନ୍ତ ମିଶ୍ର, ଶିଶିର ଆଚ଼ାର୍ଯ୍ୟ, ପପୁ କର୍, ଇଶ୍ବର ପରିଡ଼ା, ନରେନ୍ଦ୍ର ନାଏକ, ଜଗଦିଶ ଲୁହା, ଚିତ୍ରସେନ ବିଶ୍ବାଲ, ଆଦି ପ୍ରଧାନ, ରମାକାନ୍ତ ପଟେଲ, ଖାଡିଆ ଖାଲସା, ପ୍ରହ୍ଲାଦ ରଣା, ସାହେବ କୁମ୍ଭାର, ରାମରତନ ସାହା, ବୁଦ୍ଧଦେବ ପ୍ରଧାନ, ବଳଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂଘ ସହ ସଂପାଦକ ମହମ୍ମଦ ଅସଲମ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.