ଦିଲୀପ ବେହେରା ପୁଣି କଂଗ୍ରେସ ଜିଲ୍ଲା ସଭାପତି ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାରେ ଦିଲୀପ ବେହେରାଙ୍କ ଉପରେ ଦଳ ପୁର୍ଣ ବିଶ୍ୱାସ ରଖିଥିବା ବେଳେ ତାଙ୍କୁ ପୁଣି ଥରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଭାପତି ରୂପେ ମନୋନୀତ କରାଯାଇଥିବା ସୂଚନା ମିଳିଛି । ଏହି ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଦଳରେ ଖୁସିର ମାହୋଲ ଦେଖା ଦେଇଛି । ଶ୍ରୀ ବେହେରା ଜିଲ୍ଲାରେ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବେ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ଦଳର ଜିଲ୍ଲା ସଭାପତି ପଦରେ ଗଞ୍ଜାମ ପାଇଁ ରମେଶ ଜେନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି । ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

9 − 5 =