csstore

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ୟୁଥ୍‌ ଏକ୍ସନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଜେନ୍ଦ୍ରପଡ଼ା ନିବାସୀ ପ୍ରମୋଦ ବାଗ କର୍କଟ ରୋଗାକ୍ରାନ୍ତ ଥିବା ହେତୁ ଗତକାଲି ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଗଲା । ପ୍ରମୋଦ ବାଗ(ବୟସ ୫୨) ପି: ପୁରନ୍ଦର ବାଗ ଜିଲ୍ଲା ବଲାଙ୍ଗିର ପେଶାରେ ଜଣେ ଗାଡି ଡ୍ରାଇଭର ଅଟନ୍ତି । ପରିବାରରେ ତାଙ୍କର ସ୍ତ୍ରୀ, ପୁଅ(୧୭), ଝିଅ(୧୫) ବର୍ଷର ଅଟନ୍ତି । ପରିବାର ଶ୍ରୀ ବାଗଙ୍କ ଉପରେ ନିର୍ଭର କିନ୍ତୁ ଦୀର୍ଘ ୬ମାସ ତଳେ ତାଙ୍କର ଦେହ ଅସୁସ୍ଥ ହେଲା ତାହାର ଚିକିତ୍ସା କରିବାରୁ ଜଣାଗଲା ଯେ, ସେ କର୍କଟ ରୋଗରେ ଆକ୍ରାନ୍ତ ଅଟନ୍ତି ତାଙ୍କ ପାଖରେ ଯାହା ପୁଞ୍ଜି ଥିଲା ତାଙ୍କର ଚିକିତ୍ସାରେ ସାରିଛନ୍ତି ତାଙ୍କର ଆଗକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ତେଣୁ ତାଙ୍କର ଚିକିତ୍ସା ପାଇଁଁ ଆଜି ବଲାଙ୍ଗିର ୟୁଥ ଏକ୍ସନ କମିଟି ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତାଙ୍କର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜନସାଧାରଣ ସମସ୍ତେ ସାହାଯ୍ୟ ସହଯୋଗ କରିବାକୁ ୟୁଥ୍ ଏକ୍ସନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସହାୟତା କାର୍ଯ୍ୟକ୍ରମରେ ତିନି ଜଣିଆ ନେତୃ ମଣ୍ଡଳୀ ସଂଯୋଜକ ରିଲୁ ରଥ, ଅପ୍ରମିତ ପରିଚ୍ଛା ଓ ଶ୍ୟାମସୁନ୍ଦର ଗହିର ସାମିଲ ଥିଲେ ।

jayashree
Leave A Reply

Your email address will not be published.