csstore

ବଲାଙ୍ଗିର ଉଠା ଜଳସେଚନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଠା ଜଳସେଚନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦେଇ ଉପସ୍ଥିତ ଥିବା ୩୦୦ରୁ ଅଧିକ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ରାଜ୍ୟର ସେବାରେ ଚାଷୀଙ୍କ ଯୋଗଦାନକୁ ପ୍ରଂଶସା କରିଥିଲେ । ପାଣିପଞ୍ଚାୟତ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବଲାଙ୍ଗିର ଜିଲ୍ଲାକୁ ଏକ କୃଷି ଉନ୍ନତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଉପଦେଶ ଦେଇଥିଲେ । ଏହି ଉତ୍ସବରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଚିତାନନ୍ଦ ଦଳାଇ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ପଦସ୍ଥ ଅଧିକାରୀ ତଥା ଜିଲ୍ଲା କୃଷି ଅଧିକାରୀ, ବରିଷ୍ଠ ବୈଜ୍ଞାନୀକ, କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ କୃଷି ଅଧକାରୀ, ଡି.ଡି.ଏମ୍‌. ନାବାର୍ଡ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଉଠା ଜଳସେଚନ ବିଭାଗ ଅଧିକାରୀଗଣ ଅପର୍ଣ୍ଣା ମିଶ୍ର, ଦିନେଶ କୁମାର ସାଣ୍ଡିଲ, ଘନଶ୍ୟାମ ସାହୁ, ବଳରାମ ବେହେରା, ଇଂ ସନ୍ଦୀପ ମିଶ୍ର, ଇଂ ସତ୍ୟବାନ ଜେନା, ଇଂ ରଶ୍ମିତ ମେହେର, ଇଂ ଭାବଗ୍ରାହୀ ନାୟକ, ଇଂ ରେବତୀ ମେହେର, ଇଂ ଯୁଧିଷ୍ଠିର ଭୁଏ ସହଯୋଗ କରିଥିଲେ । ଶେଷାରେ କୁମାରୀ କିରଣବାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.