om academy

ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗ : ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ

jsm

ବାସୁଦେବପୁର : ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରି ଅଟକ ରଖିଥିବା ଜଣାପଡିଛି । ବାସୁଦେବପୁର ବ୍ଲକର କୁମାରପୁର ପଂଚାୟତର ୧୦ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସର ସିଲ ଟାମ୍ପରିଙ୍ଗ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୧୦ ନଂ. ବୁଥରେ ଭୋଟ ଗ୍ରହଣ ପରେ ସିଲ କରାଯାଇ ଷ୍ଟ୍ରଙ୍ଗ୍‌ ରୁମକୁ ଭୋଟ ବାକ୍ସ ଆସୁଥିଲା । ହେଲେ ହାଇସ୍କୁଲରେ ସିଲ ଖୋଲାଯାଇଥିବାର କିଛି ଲୋକ ଦେଖିବା ପରେ ସିଲ ଟାମ୍ପରିଂ କରିଥିବା ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଦୀର୍ଘ ସମୟ ଅଟକ ରଖିଥିବା ଜଣାପଡିଛି । ପରେ ପୋଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ । ସେହିପରି ବ୍ରାହ୍ମଣଗାଁର ୯ ନମ୍ବର ବୁଥ ଓ ଜଗନ୍ନାଥପୁର ପଂଚାୟତର ୧୦ନମ୍ବର ବୁଥରେ ସିଲ ଟାମ୍ପରିଂ କରାଯାଇଥିବା ପ୍ରଶାସନ ପାଖରେ ଲୋକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

six + 18 =