jayashree

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟର କୋର୍ଟ ଅମିନଙ୍କୁ ଧରିଲା ଭିଜିଲାନ୍ସ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ନିର୍ମଳେନ୍ଦୁ କବି । ଏକ ପାଟିସନ ସୁଟକେଶ ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁର ହରେକୃଷ୍ଣ ମେହେରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ଅଭିଯୋଗକୁ ଭିତ୍ତିକରି ବଲାଙ୍ଗିର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରୀଆଙ୍କ ନେତୃତ୍ୱରେ ବଲାଙ୍ଗିର, ବରଗଡ଼ ସମ୍ବଲପୁର ଭିଜିଲାନ୍ସ ଟିମର ଚଢ଼ାଉ କରାଯାଇଛି । ବିଭିନ୍ନ ସମୟରେ ଶ୍ରୀ ମେହେରଙ୍କୁ ଟଙ୍କା ଦାବି କରୁଥିଲେ । ପାଟିସନ ସୁଟକେଶ କାମ ପାଇଁ ଦିନ ଗଡାଉ ଥିଲେ, ପରେ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ନିମଳେନ୍ଦୁ କବି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ଗିରଫ ହେବା ପରେ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.