pakka

ଗୁହାଳ ବିଲ୍‌ ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁହାଳ ବିଲ୍‌ ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ସନ୍ଧ୍ୟା ସମୟରେ ବଲାଙ୍ଗିର ଲାଲଟିକ୍ରାର ଇରିଗେସନ୍‌ କୋଲୋନୀ ଭଡା ଘରେ କାବୁ କରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ । ଦୀର୍ଘ ୩ ବର୍ଷ ହେଲା ଦେଓଗାଁ ବ୍ଲକ ସିକୁଆଁ ଗାଁର ଲିଙ୍ଗରାଜ ସାହୁ ଗାଈ ଗୁହାଳ ତିଆରି କରି ଫାଇନାଲ ବିଲ ପାଇଁ ଜେଇଙ୍କ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇ ଆସୁଥିଲେ । ୬୬ ହଜାର ଟଙ୍କା ବିଲ୍‌ କରିବା ପାଇଁ ଦୀର୍ଘ ବର୍ଷ ଧରି ଜେଇ କୃଷ୍ଣପ୍ରିୟା ମଣ୍ଡଳ ତାଙ୍କୁ ହଇରାଣ କରୁଥିବା ବେଳେ ଏନେଇ ସମ୍ଵଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଗତକାଲି ସଂଧ୍ୟା ସମୟରେ ତେବେ ଲାଞ୍ଚ ନେବା ସମୟରେ ମହିଳା ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍‌ । ତେବେ ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ମହିଳା ଯନ୍ତ୍ରୀ କୃଷ୍ଣପ୍ରିୟା ।

Leave A Reply

Your email address will not be published.

one × two =