ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କିଆକଟା ଥାନା ଏଏସ୍‌ଆଇ

ବୌଦ୍ଧ : ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସୂଚନାନୁଯାୟୀ, କିଆକଟା ଥାନା ଏଏସ୍‌ଆଇ ନବୀନ କୁମାର ଶତପଥୀ ପାରିବାରିକ କେସ୍‌କୁ ରଫାଦଫା କରିବା ପାଇଁ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କୁ ଲାଞ୍ଚ ମାଗିଥିଲେ । ଆଜି ବୌଦ୍ଧ ବସଷ୍ଟାଣ୍ଡରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

Leave A Reply

Your email address will not be published.