ବଲାଙ୍ଗିରର ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ପ୍ରଶାସନ ପକ୍ଷରୁ ଭର୍ଚୁଆଲ ଆଲୋଚନା

ବଲାଙ୍ଗିର, (କେପିଏନଏସ) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ବଲାଙ୍ଗିର ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି । ତେବେ ଏହାର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାରେ ଥିବା ସମସ୍ତ ସ୍ବେଚ୍ଛାସେବୀ ସଂଗଠନ ସହିତ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ବଲାଙ୍ଗିର ଜିଲ୍ଲାର ଲୋକମାନଙ୍କୁ ସଚେତନ କରିବା ସହିତ ପ୍ରଶାସନ ଓ ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଶି କରୋନା ମହାମାରୀ ସହିତ ଲଢ଼ିବା ପାଇଁ ବିଚାର ବିମର୍ଶ ହୋଇଥିଲା । ସମସ୍ତ ସଂଗଠନ ତରଫରୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା ।

Leave A Reply

Your email address will not be published.

one × 4 =