csstore

ବରଗଡ଼ ପୌର ନିର୍ବାଚନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଉତ୍ତେଜନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ୪୩ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଏକ ଘଣ୍ଟା ଧରି ଭୋଟ ଗ୍ରହଣ ବନ୍ଦ ରହିଥିଲା । ପରେ ବରଗଡ଼ ପୌର ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଭେନ୍ଦୁ ସାମଲ ଏବଂ ବୈଷୟିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ଯାଞ୍ଚ ପରେ ତ୍ରୁଟି ସୁଧାରିଥିଲେ । ପରେ ଉକ୍ତ କେନ୍ଦ୍ରର ପୁନଃ ଭୋଟ ଗ୍ରହଣ ହୋଇଥିଲା । ବରଗଡ଼ ପୌର ପରିଷଦ ୧୨ ନମ୍ବର ୱାର୍ଡର ୪୩ ନମ୍ବର ବୁଥର ଅଧକ୍ଷା ଭୋଟ ପାଇଁ ଥିବା ଇଭିଏ୍‌ ମେସିନ୍‌ରେ ସକାଳୁ ସୁରୁଖୁରୁରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀ ପାଇଁ କେବଳ ଇଭିଏମ୍‌ ମେସିନ ବଟନ୍ କାର୍ଯ୍ୟ କରୁଥିବା ଓ ଅନ୍ୟ ଗୁଡ଼ିକ କାମ ଦେଉନଥିବା ଭୋଟର ମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେଠାରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକ ମଧ୍ୟରେ ଯୁକ୍ତି ତର୍କ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍‌କୁ ସୁଧାରି ଥିଲେ ।

jayashree
Leave A Reply

Your email address will not be published.