pakka

ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାକୁ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୮ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାକୁ ସାତୋଟି ମେଡାଲ ମିଳିଛି । ଭୁବନେଶ୍ୱର ସ୍ଥିତ ପୁମାସ ସ୍ପୋଟ୍‌ସ୍‌ କମ୍ଲେସରେ ତା.୧୦/୦୬/୨୦୨୨ ରୁ ତା.୧୨/୦୬/୨୦୨୨ ରିଖ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫ଟି ଜିଲ୍ଲାରୁ ୨୮୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବ୍ରୋଞ୍ଜ ପଦକ ପାଇଥିବା ପ୍ରତିଯୋଗୀ ହେଲେ ପ୍ରିୟ ଆର୍ୟନ ପରିଡା, ସୁହାନି ଗୁରହାଣ୍ଡି ଓ ରୁସ୍ତମ ନାଏକ । ସିଲଭର ପଦକ ପାଇଥିବା ପ୍ରତିଯୋଗୀମାନେ ହେଲେ ଅରାଧ୍ୟା ଖୋରା, ପ୍ରିୟବ୍ରତ ପରିଡା, ନିରଞ୍ଜନ ସାଗର ମେଡାଲ ପାଇଛନ୍ତି ବୋଲି ବଲାଙ୍ଗିର ଜିଲ୍ଲାର ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ତା.୧୬/୦୬/୨୦୨୨ ସ୍ଥାନୀୟ ସମ୍ବାଦିକ ଭବନଠାରେ ଏକ ଅଭିନନ୍ଦନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଡିଏସ୍‌ଓ ରାଜେନ୍ଦ୍ର ପ୍ରସାଦ ବଢାଇ ଏବଂ ଜିଲ୍ଲା ଟାଉନ ବିଜେଡି ସଭାପତି ଶମ୍ଭୁ ନାଗ ଏବଂ ଉଷୁ ସଂଘର ଉପସଭାପତି ବାବୁଲାଲ ନାଏକ ଯୋଗ ଦେଇଥିଲେ । ମେଡାଲ ପାଇଥିବା ଛାତ୍ର ଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ମେଡାଲ ବିତରଣ କରିଥିଲେ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ବୋଲି ଜିଲ୍ଲା ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fifteen + sixteen =