pakka

ମାରୱାଡି ସମ୍ମେଳନର ଶପଥ ଗ୍ରହଣ ଉତ୍ସବ

bbehera

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ମାରୱାଡି ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଦିନେଶ କୁମାର ଗହିର ଯୋଗଦେଇ ଥିଲେ । ସଭାକୁ ସମ୍ମେଳନର ସଭାପତି ଅନୀଲ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁରେଶ ଅଗ୍ରୱାଲା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାରୱାଡି ସମ୍ମେଳନର ପ୍ରାନ୍ତିୟ ଅଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ଉପାଧ୍ୟକ୍ଷ ଦୀନେଶ ଅଗ୍ରୱାଲ, ମଣ୍ଡଳ ଉପାଧ୍ୟକ୍ଷ କିଶନ ଲାଲ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ନବନିର୍ବାଚିତ ସଭାପତି ପ୍ରଦୀପ ଅଗ୍ରୱାଲ, ସମ୍ପାଦକ ଚନ୍ଦନ ଅଗ୍ରୱାଲ, କୋଷାଧ୍ୟକ୍ଷ ସୁନୀଲ ଅଗ୍ରୱାଲ ଓ ମହିଳା ଶାଖାର ନିର୍ବାଚିତ ସଦସ୍ୟାମାନେ ଶପଥ ପାଠ କରିଥିଲେ ।

jay balangir
Leave A Reply

Your email address will not be published.

17 − eight =