pakka

‘ମୋ ଡେଲାଙ୍ଗ – ସବୁଜ ଡେଲାଙ୍ଗ’ ଅଭିଯାନ ଖେଲାଉର ପ୍ରାଥମିକ ବିଦ୍ୟାଳୟରେ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ମୋ ଡେଲାଙ୍ଗ-ସବୁଜ ଡେଲାଙ୍ଗ’ ଅଭିଯାନ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳାଉର ସାନପଡାରେ ପହଂଚି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମ୍ବାଦ ସାହିତ୍ୟଘର ପକ୍ଷରୁ ହେଉଥିବା ବୃକ୍ଷ ରୋପଣକୁ ସ୍ୱାଗତ କରିବା ସହ ଅଭିଯାନର ଆବାହକ ପ୍ରକୃତିମିତ୍ର ଆଇନଜୀବୀ ହୃଷିକେଶ ପାଢ଼ୀ ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଖେଲାଉର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ସ୍ନେହଲତା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ, ଶିକ୍ଷକ କବି ଚନ୍ଦ୍ରଶେଖର, ସମାଜସେବୀ କାଶୀନାଥ ସାହୁ, ବିଦ୍ୟାଳୟ କମିଟି ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗର ଗଣମାଧ୍ୟମ ପ୍ରତିନିଧି ଚନ୍ଦ୍ରଶେଖର ବିଶ୍ୱାଳ ବୃକ୍ଷ ରୋପଣରେ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରକୃତିମିତ୍ର ଆଇନୀଜୀବୀ ହୃଷିକେଶ ପାଢ଼ୀ ଅତିଥିମାନଙ୍କ ସହିତ ବୃକ୍ଷ ଧରି ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଥିଲେ ।

jay balangir
Leave A Reply

Your email address will not be published.

ten − four =