ସାଂସଦଙ୍କୁ ସମ୍ବର୍ଦ୍ଧନା ସହ ଚାଷୀ ସମସ୍ୟା ଉପସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ବରଗଡ଼ ସର୍‌କିଟ ହାଉସ୍‌ରେ ପାଇକମାଲ ବ୍ଲକ ଭେଙ୍ଗରାଜପୁର କୃଷକ ସଙ୍ଗଠନ ତରଫରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପୂଜାରୀ ଦିଲ୍ଲୀ ସ୍ଥିତ କୃଷି ଭବନରେ ଭେଙ୍ଗରାଜପୁର, ବାଦିକଟା, ଲଖମରା ପଞ୍ଚାୟତରେ ଚାଷୀ ସମସ୍ୟା ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ୨୦୧୯ ବର୍ଷର ବୀମା ରାଶି ଚାଷୀଙ୍କୁ ଯୋଗାଇ ଦେବାପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ ଆଲୋଚନା କରିଥିଲେ । ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଭୂମିକା ଅତୁଳନୀୟ । ଚାଷୀମାନଙ୍କ ପ୍ରତ୍ୟେକ ସମସ୍ୟା ଉପରେ ଶ୍ରୀ ପୁରୋହିତ ଆଲୋକପାତ କରିବା ସହ ବୀମା ରାଶି ଯୋଗାଇ ଦେବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭେଙ୍ଗରାଜପୁର କୃଷକ ସଙ୍ଗଠନ ତରଫରୁ ବାଜୁବନ ନାୟକ, ଉମାକାନ୍ତ ଶତପଥୀ, ପୀତବାସ ସାହୁ ଓ ଅନ୍ୟମାନେ ଗତକାଲି ବରଗଡ଼ ସର୍‌କିଟ ହାଉସ୍‌ରେ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନ ତରଫରୁ ଶୀଘ୍ର ଚାଷୀଙ୍କୁ ଟୋକନ ଯୋଗାଇ ଦେବା ପାଇଁ ସଂଗଠନ ପକ୍ଷରୁ ଦାବୀ କରିଥିଲେ । ଧାନ ବିକ୍ରୟ ଓ ଟୋକନ ଯୋଗାଇବା ପାଇଁ ବିଭାଗୀୟ ପଦାଧିକାରୀଙ୍କୁ ସାଂସଦ ପୂଜାରୀ କହିଥିଲେ ।

Leave A Reply

Your email address will not be published.