csstore

ସବୁବେଳେ ସମସ୍ତଙ୍କ ସୁଖଦୁଃଖର ସାଥୀ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୯ ମାସ ହେଲା ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ତଥା କରୋନା କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ବା ଛୋଟ ବଡ଼ କାର୍ଯ୍ୟକ୍ରମ କରି ନିଜର ପରିବାର ପ୍ରତିପୋଷଣ କରୁଥିବା କଳାକାର ଭାଇଭଉଣୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତାଙ୍କୁ ଅନ୍ତତଃ କରୋନା ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ଯୁବ ସମାଜସେବୀ ତଥା ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସଭାପତି ସୋମନାଥ ମିଶ୍ର ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି । ତେବେ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରି କଳାକାର ଭାଇଭଉଣୀଙ୍କ ପାଇଁ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.