ଉପ-ଜିଲ୍ଲାପାଳ ସଂଜୟ ମିଶ୍ର ନିଲମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସଂନ୍ଧ୍ୟାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବିତ କାରାଯାଇଥିବା ସୁଚନା ମିଳିଛି । ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ସଚିବାଳୟରୁ ମୁଖ୍ୟ ଶାସନ ସଚିବ ତାଙ୍କୁ ନିଲମ୍ବିତ କରିଥିବା ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଛି । ତେବେ ବିଗତ କିଛି ଦିନ ହେଲା ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର, ଜବରଦଖଲ ଉଚ୍ଛେଦରେ ଭେଦଭାବ, ଲାଞ୍ଚ କାରବାର ଅଭିଯୋଗ ବାରମ୍ବାର ହୋଇ ଅସୁଥିଲା । ତେବେ ଏହା ନେଇ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଆଭିମୁଖ୍ୟ ନିର୍ଣାୟକ ହୋଇଥିବା ବିଶ୍ୱାସ କରାଯାଉଛି । ଆହୁରି ଏକ ଘଟଣାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ମହିଳାକର୍ମଚାରୀ ଖୋଦ ଉପ ଜିଲ୍ଲାପାଳଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହା ନେଇ ସେ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ତିନି ପୃଷ୍ଠାର ଅଭିଯୋଗ ପତ୍ର ଦେଇଥିବା ବେଳେ ଏବିଷୟରେ ତଦନ୍ତ ଜାରିଥିବା ସୂଚନା ରହିଛି । ଆହୁରି ଆଜି ଜୁନାଡିହି ପଡାବାସୀ ତଥା ୱାର୍ଡ ନଂ୯ ଅଂଚଳବାସୀମାନେ ଜୁନାଡିହିର ଆଙ୍ଗନବାଡି କର୍ମୀ ସସ୍ମିତା ନାମଦେଓଙ୍କ ଦୁର୍ନିତୀ ଓ ଦୁର୍ବ୍ୟବହାର ଓ ଏଥିରେ ଉପ-ଜିଲ୍ଲାପାଳଙ୍କ ସଂପୃକ୍ତି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯଦିଓ ସେମାନେ ଏବିଷୟରେ ୨୦୧୭ରୁ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି କିନ୍ତୁ ଏହାର କୌଣସି ସୁଫଳ ମିଳିନଥିବା ବେଳେ ଅଭିଯୁକ୍ତ ଆଙ୍ଗନବାଡୀ କର୍ମୀ ସବକଲେକ୍ଟରଙ୍କ ସହ ମୋର ବିଶେଷ ଘନିଷ୍ଠତା ଥିବା ବେଳେ ତମେମାନେ ମୋର କଣ କରି ପାରିବ, ମୁଁ ଯାହା ଚାଁହିବି ସବକଲେକ୍ଟରଙ୍କ ଜରିଆରେ ସବୁ କିଛି କରିପାରିବି ବୋଲି କହି ଜନସାଧାରଣଙ୍କୁ ଡରାଉଥିବା ନେଇ ଜୁନାଡିହି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଜବରଦଖଲ ଉଚ୍ଛେଦ, ଜରୁରୀକାଳୀନ ଡ୍ୟୁଟି ବଣ୍ଟନ, କରୋନ ନିୟନ୍ତ୍ରଣରେ ଉପ ଜିଲ୍ଲାପାଳଙ୍କ ଭୂମିକାକୁ ଜନସାଧାରଣ ନାପସନ୍ଦ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଏସବୁ ଅଭିଯୋଗ ତାଙ୍କୁ ବିବାଦକୁ ଟାଣି ଆଣୁଥିବା ସହରରେ ଚର୍ଚ୍ଚା ହେଉଛି। ତେବେ କିଛି ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ପ୍ରତିକ୍ରିୟାଶଳ ହୋଇ ଏଭଳି ଚକ୍ରାନ୍ତ କରୁଥିବା ଉପଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.