pr

ଆଜି ବଲାଙ୍ଗିର ଜିଲ୍ଲାରୁ ୪୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮ ଜଣ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଠିକାଦାରପଡ଼ାରୁ ୩, ଇଚ୍ଛାପଡ଼ାରୁ ୧, ସାଗରପଡ଼ାରୁ ୧, କ୍ଲବ୍‌ପଡ଼ାରୁ ୧ ଓ ମାଲପଡ଼ାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଖପ୍ରାଖୋଲ ବ୍ଲକ୍‌ ସାଗରପଡ଼ାରୁ ୧, ପାଟଣାଗଡ଼ରୁ ୧, ଗୁଡ଼ଭେଲାରୁ ୨, ଆଗଲପୁର ବ୍ଲକ୍‌ ସାଲେଭଟାରୁ ୧, ଖପ୍ରାଖୋଲରୁ ୧, ଦେଓଗାଁ ବ୍ଲକ୍‌ ରତନପୁରରୁ ୧, ପାଟଣାଗଡ଼ ବ୍ଲକ୍‌ ସରମୁହାଣରୁ ୧, ଖପ୍ରାଖୋଲ ବ୍ଲକ୍‌ ଜୁରିଆରୁ ୨, ଦେଓଗାଁ ବ୍ଲକ୍‌ ନରସିଂହପୁରରୁ ୧, ଦେଓଗାଁରୁ ୩, ପାଟଣାଗଡ଼ ବ୍ଲକ୍‌ ଟେଣ୍ଡାପଦରରୁ ୧, ପୁଇଁନ୍ତଲା ବ୍ଳକ୍‌ ଝାରବଲାଙ୍ଗିରରୁ ୧, ଗୁଡ଼ଭେଲା ବ୍ଲକ୍‌ ଅପାମରାରୁ ୧, ସଇଁନ୍ତଲା ବ୍ଲକ୍‌ କନ୍ଧକେଲଗାଁରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜିର ଆକ୍ରାନ୍ତ ତାଲିକାରେ ସୋନପୁର ଜିଲ୍ଲା ବୀରମହାରାଜପୁରରୁ ୧, ସୋନପୁର ଜିଲ୍ଲାର ୨, ସୋନପୁର ଜିଲ୍ଲାର ତରଭାରୁ ୨, କଳାହାଣ୍ଡିରୁ ୧, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରୁ ୧, ଭୁବନେଶ୍ୱରରୁ ୧ ସାମିଲ୍‌ ଅଛନ୍ତି । ୩ ଜଣ ମହିଳା ଓ ୪ ଜଣ ପୁରୁଷ କୋଭିଡ଼୍‌ ଯୋଦ୍ଧା ମଧ୍ୟ ଆଜିର ତାଲିକାରେ ସଂକ୍ରମିତ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.