
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅଶୁର୍ଲା ଆମ୍ବେଦକର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ୍ବେଦକର କ୍ଲବର ସଭାପତି ମୁକେଶ ମହାନନ୍ଦଙ୍କ ସଭାପତିତ୍ୱରେ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେଇ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବର ପର୍ବ ନୁହେଁ, ଏହା ମାଟି, କୃଷି, ସଂସ୍କୃତି ଓ ନୈତିକ ସମ୍ବନ୍ଧର ଗୋଟିଏ ପବିତ୍ର ଉତ୍ସବ । ଏହି ପର୍ବ ଆମ କୃଷିପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିଟ୍ କୃତୀ ଛାତ୍ର ଅବେଗ ସାହୁ, କପିଳାଭଟା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଟପ୍ପର ଛାତ୍ର ଲିପୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା -ଗୋପ ଚନ୍ଦନ, ଦୃତୀୟ -ପବିତ୍ରା ସଗରିଆ, ତୃତୀୟ -କନିକା ତାଣ୍ଡିଙ୍କୁ ଟ୍ରଫି ସହ ପ୍ରମାଣପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସମ୍ପାଦକ ଟଙ୍କଧର ମହାନନ୍ଦ, ଲକ୍ଷ୍ମୀକାନ୍ତ, ପ୍ରକାଶ, ଚୁଡ଼ଙ୍ଗ, ଜଗମୋହନ, ନରେନ୍ଦ୍ର, ଗୁଣବନ୍ତ, ପ୍ରଦୀପ, ରାଜକପୁର, କପିଳାସ, ତିଳେ, ଅଶୋକ, ମଣ୍ଟି, କେଦାର, ତରଣୀ, ନେତ୍ର, ଜିକୁ, ହେମନ୍ତ, ସତ୍ୟ, ଗୋବିନ୍ଦ, ସମୀର, ମୋହନ, ଚମତ୍କାର, ଭୋଦେବ, ଅଭି, ଜିତେନ୍ଦ୍ର, ଗଜେନ୍ଦ୍ର, ନିମାଞ୍ଚ, ଯୁଗେଶ, ଅଜିତ, ସୋହନ, ଦେବ ପ୍ରମୁଖଙ୍କ ସମେତ ଆମ୍ବେଦକର କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

