ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକର ୧୪ଗୋଟି ପ୍ରାଥମିକ ସ୍କୁଲର ୧୪୧ଜଣ ଛାତ୍ରଛାତ୍ରୀ ସହ ବଲାଙ୍ଗିର ଜିଲ୍ଲାର ଶହ ଶହ ପ୍ରାଥମିକ ସ୍କୁଲକୁ ବନ୍ଦ କରିବା ଏବଂ ଛାତ୍ରଙ୍କୁ ଅନ୍ୟତ୍ର ସ୍କୁଲକୁ ପଠେଇବା ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଭିଲେଜର୍ସ ଇଣ୍ଡିଆ ପାର୍ଟି ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କିଛି ଦିନ ତଳେ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କ ଜରିଆରେ ଗଣ ଏବଂ ସ୍କୁଲ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ପ୍ରାଥମିକ ସ୍କୁଲ ବନ୍ଦ ନ କରିବା ପାଇଁ ଏକ ଦାବୀପତ୍ର ଦେଇଥିଲେ । କିନ୍ତୁ ଦାବୀର ଉତ୍ତର ନ ମିଳିବାରୁ ଆଜି ଶିଶୁମାନଙ୍କର ସର୍ବଶିକ୍ଷା ଅଭିଯାନ ବାଧ୍ୟତାମୂଳକ ଏବଂ ମୁକ୍ତ ଶିକ୍ଷା, ମୌଳିକ ଅଧିକାର ବିରୁଦ୍ଧରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପଠାଇବା ଯୋଗୁଁ ଡ୍ରପ ଆଉଟ୍‌ ଅଧିକ ବଢିଯିବ ଏବଂ ଶିକ୍ଷାର ମୌଳିକ ଅଧିକାରରୁ ଶିଶୁମାନେ ବଂଚିତ ହୋଇଯିବେ ବୋଲି କୁହାଯାଇଛି । ଶହ ଶହ ବର୍ଷ ଊଦ୍ଧ୍ୱର୍ରୁ ସ୍ଥାପିତ ହୋଇ ଉନ୍ନତିରେ ଆସିଥିବା ସେହି ଗାଁର ଛାତ୍ରଛାତ୍ରୀମାନେ ବାସି ପଖାଳ, ଶାଗ ଭାତ ଖାଇ ସିଲଟ, ବସ୍ତାନୀ ଧରି ମା’ବାପାଙ୍କୁ ବିଲବାଡିରେ ସାହାଯ୍ୟ କରି ନିଜ ଗାଁରେ ପଢୁଛନ୍ତି । କିନ୍ତୁ ସେହି ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଗାଁକୁ ପଠାଇବା ଦ୍ୱାରା ଯାତାୟତ ଅସୁବିଧା, ବିଦପ ସଙ୍କୁଳ ରାସ୍ତା ତଥା ମା’ବାପାଙ୍କ ଦ୍ୱାରା ପିଲାଙ୍କୁ ନେବା ଆଣିବା ସମସ୍ୟା ଦେଖାଯିବ, ଯଦ୍ୱାରା ସରକାରୀ ସ୍କୁଲରେ ନ ଦେଇ ଅଭିଭାବକ ମାନେ ବେସରକାରୀ ସ୍କୁଲକୁ ଯିବାକୁ ବାଧ୍ୟ ହେବେ ବୋଲି ଡ. କୁଶୁଲିଆ କହିଛନ୍ତି । ବଲାଙ୍ଗିର ବି.ଏଡ କଲେଜ ସହ ଓଡିଶାର ୪ଗୋଟି ବି.ଏଡ କଲେଜକୁ ବନ୍ଦ କରିବା ସହ ବର୍ତ୍ତମାନ ୩୦୦ରୁ ଅଧିକ ବଲାଙ୍ଗିର ଜିଲ୍ଲାର ପ୍ରାଥମିକ ସ୍କୁଲକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପଠାଇ ଶିକ୍ଷାର ଅଧିକାରରୁ ବଂଚିତ କରୁଛନ୍ତି ବୋଲି ଡ. କୁଶୁଲିଆ କହିଛନ୍ତି । ଯଦି ସରକାର ଉକ୍ତ ନିଷ୍ପତ୍ତିର ପୁନଃ ବିଚାର କରିବେ ନାହିଁ, ତେବେ ଆସନ୍ତା ଦିନରେ ପ୍ରାଥମିକ ସ୍କୁଲରେ ଶିକ୍ଷକର ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ, ଶ୍ରେଣୀଗୃହ ସଫାସୁତୁରା ସହ ସ୍କୁଲକୁ ନ ବନ୍ଦ କରିବା ଦାବୀରେ ବଲାଙ୍ଗିର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.