csstore

ପଦ୍ମପୁର ଓକିଲ ସଙ୍ଘ ତରଫରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଏବଂ ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଙ୍ଘ ତରଫରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପଦ୍ମପୁର ଓକିଲ ସଙ୍ଘର ଅନୁରୋଧ କ୍ରମେ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ ଅଧକ୍ଷ ଓଡିଶା ମାନବଧିକାର କମିଶନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ସହ ଶ୍ରୀଫଳ ବାଡେଇ ପ୍ରତିମାକୁ ଉନ୍ମୋଚିତ କରିଥିଲେ । ଏହାସହ ଓକିଲାତି ପେଶାରେ ଦୀର୍ଘ ୫୦ ବର୍ଷ ଧରି ଅନବରତ ଭାବେ କାର୍ଯ୍ୟ ତୁଲାଉଥିବା ବରିଷ୍ଠ ଆଇନଜୀବୀ ରତିଶ ଚନ୍ଦ୍ର ଆଚାର୍ଯ୍ୟା, ରାଧାବହ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ପ୍ରେମରାଜ ଅଗ୍ରୱାଲ, ସୁରେଶ ଚନ୍ଦ୍ର ସାହୁଙ୍କୁ ସଙ୍ଘ ତରଫରୁ ସମ୍ମାନିତ କରାଯାଇଥିବା ବେଳେ ସ୍ୱର୍ଗତଃ ରାମକୃଷ୍ଣ ଦାସ, ଗଜାନନ ବାରିକଙ୍କ ପାଇଁ ମଧ୍ୟ ସ୍ମୃତିପତ୍ର ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା । ତେବେ ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ, ଏବଂ ଆଗାମୀ ଦିନରେ ସମସ୍ତ ଆଇନଜୀବୀ ନିଜ ନୀତି ଆଦର୍ଶକୁ ନ ଭୁଲି ଅନବରତ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ ଜାରି ରଖିବେ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସୂର୍ଯ୍ୟନାରାୟଣ ଦ୍ୱିବେଦୀ, ଉପ- ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଳା, ସବ୍‌ଜଜ୍‌ ସୁଶ୍ରୀ କୁମୁଦିନୀ ମୁଦୁଲି, ଏସ୍‌ଡିଜେଏମ୍‌ ଶ୍ରୀମତୀ ଧୃବି ସୋଲାଙ୍କି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଓକିଲ ସଙ୍ଘର ସଭାପତି ରାମରତନ ପୁରୋହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ଓକିଲ କିଶୋର କୁମାର ମେହେର ପରିଚାଳନା କରିବା ସହ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.