csstore

ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଚୋରମରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନ ଆର୍‌ପି ଭାବେ ଯୋଗଦେଇଥିଲେ । ବୈଠକରେ ଶିଶୁ ବାଟିକା, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା, ନମୁନା ପାଠିକା, ଶିକ୍ଷଣ ସୋପାନ ଆଦି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ମଧୁମିତା ଅଲତିଆ, ଦିଲ୍ଲୀପ ପଧାନ, ରବିଚନ୍ଦ୍ର ବୁଡେକଳ, ହୋଲିଶ୍ୱର ଧାରୁଆ, ଜ୍ୟୋତିଲାଲ ସାହୁ, ଅରବିନ୍ଦ ପଧାନ, ଜ୍ୟୋତ୍ସ୍ନା ଷାଣ୍ଢ, ସୁଶାନ୍ତ ସାହୁ, ଅଶ୍ୱିନୀ ନାଏକ, କ୍ଷମାନିଧି ପ୍ରଧାନ, ସନ୍ଧ୍ୟାରାଣୀ ମେହେର ,ସୁଜିତ କୁମାର ମିଶ୍ର, ଲୁଚନ ଛତ୍ରିଆ, ଅମ୍ବିକା କୁମ୍ଭାର, କୁବେର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ମଧୂସୁଦନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.