pr

ରଜ ମହୋତ୍ସବ ଓ ଆମ ରଜ ଗୀତ ପତ୍ରିକା ଉନ୍ମୋଚନ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ, ପରିସରରେ ରବିବାର ରଜ ମହୋତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର ଧାଉଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଗଣପର୍ବ ଓ କୃଷି ଭିତ୍ତିକ ପର୍ବର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀରାଧା ସାହିତ୍ୟ ସୃଜନୀର ପ୍ରତିଷ୍ଠାତା ହରିହର ବଳବନ୍ତରାୟ, ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଉପଦେଷ୍ଟା ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିଶୁ କିଶୋର ମାନଙ୍କୁ ଉତ୍ସାହିତ କରିବା ସହ କୃଷି ଭିତ୍ତିକ ପର୍ବ ରଜ ଉପରେ ବକ୍ତବ୍ୟ ରଖିଥିଲେ । ଏହି ପହିଲି ରଜ ଅବସରରେ ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାଶଙ୍କ ରଚିତ “ଆମ ରଜ ଗୀତ ପତ୍ରିକା”କୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ରଜ ଉତ୍ସବ ପାଳନ ଅବସରରେ ରଜ ପାନ ଭାଙ୍ଗିବା, ମେହେନ୍ଦି ଲଗାଇବା, ଅଳତା ଲଗାଇବା, ପୁଚି ଖେଳିବା ସହିତ ନୃତ୍ୟ ସଙ୍ଗୀତ, ପିଠା ପ୍ରତିଯୋଗିତା କରାଯାଇଥିଲା । ଏଥିସହିତ ସବୁଠୁ ନିଆରା କାର୍ଯ୍ୟକ୍ରମ ଥିଲା ରଜ ଦୋଳିରେ ବସି ଶିଶୁ କିଶୋରୀମାନେ ରଜ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ୱ ଅଂଶ ଗ୍ରହଣ କରିଥିବା ବିଜୟ ଲକ୍ଷ୍ମୀ ଜେନା, ଲକ୍ଷ୍ମୀ ପ୍ରିୟା ଜୟସିଂହ, ଶ୍ରୀଲକ୍ଷ୍ମୀ ଜୟସିଂହ, ଶୁଭସ୍ମିତା ବେହେରା, ମିଲିନା ସାହୁ, ଲକ୍ଷ୍ମୀ ପ୍ରିୟା ବେହେରା, ପ୍ରୀତି ରେଖା ରାଉତରାୟ ପ୍ରମୁଖ ରଜ କବିତା ଆବୃତ୍ତି କରିବା ସହିତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ସମସ୍ତ କୃତି ପ୍ରତିଯୋଗୀ ଓ ଶିଶୁ ସାହିତ୍ୟିକ ମାନଙ୍କୁ ଅଥିତିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୁଶ୍ରୀ ବିଜୟ ଲକ୍ଷ୍ମୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.