
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂକୁଳର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଯୋଗ ଦେଇ ଶିଶୁମାନଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଦ୍ଵିଗୁଣିତ କରିବା ପାଇଁ ଉତ୍ସାହିତ କରିବା ସହ ମତବ୍ୟକ୍ତ କରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ରଜତ ସାହୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପ୍ରଧାନ ଜ୍ଞାନ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିଲେ । ସମ୍ପାଦକ ଜନକଲାଲ ମେହେର, କୋଷାଧକ୍ଷ ଘନଶ୍ୟାମ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳରୁ ୨୮୬ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ଗଣିତ, ବିଜ୍ଞାନ, ସଂସ୍କୃତିଜ୍ଞାନ ପ୍ରଶଂମଞ୍ଚ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ପତ୍ରବାଚନ ଓ କଥା କଥନ, ମୂର୍ତ୍ତିକଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୩୬ଜଣ ପରିଚାଳକ ପରିଚାଳିକା ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ୨୪ ଜଣ ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବରେ ଯୋଗ ଦେଇଥିଲେ । ଉଦ୍ଯାପନୀ ସମାରୋହରେ ୱାସିଂଟନ ଡିସି ବିଶ୍ଵ ବୃହତ ଆର୍ୟୁବିଜ୍ଞାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ କାର୍ତ୍ତିକ ପ୍ରଧାନ ଯୋଗଦେଇ ପୁଷ୍ପାର୍ଚ୍ଚନା ପୂର୍ବକ ଉଦ୍ଯାପନୀ ଘୋଷଣା କରି ଅନେକ ଦିଗରେ ଗବେଷଣା ପୂର୍ବକ ସଫଳତା ହାସଲ କରିବା ପାଇଁ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ବିଭାଗ ସ୍ତରକୁ ଭନ୍ନୀତ ସମସ୍ତ ପ୍ରତିଯୋଗୀ ମାନଙ୍କ ଶୁଭକାମନା କରି ନିଜର ବୈଜ୍ଞାନିକ ଅନୁଭୂତି କଥନ କରିଥିଲେ । ଶେଷରେ ସମ୍ପାଦକ ଜନକ ଲାଲ୍ ମେହେର ଧନ୍ୟବାଦ ଅର୍ପଣ କରିଥଲେ । ତରଣୀ ଗୁରୁଜୀ ସୁଚନା ପ୍ରଦାନ କରିଥିବା ବେଳେ ସୁକାନ୍ତ ଗୁରୁଜୀ ପୁରସ୍କାର କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା, ମାତୃଭାରତୀର ସଭ୍ୟାବୃନ୍ଦ, କିଶୋର ଭାରତୀ ଭାଇ ଭଉଣୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।