csstore

ଲୋଇସିଂହା କଲେଜରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟରେ ରକ୍ତ ଶିକୁଳି ରକ୍ତହୀନତା ସଚେତନତା ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଗତ ମାସ ୧୯ ତାରିଖରୁ ଦୁଇ ସପ୍ତାହ ବ୍ୟାପୀ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡା. ଅରବିନ୍ଦ କାଲସାଏ ଯୋଗଦେଇ ରକ୍ତ ଶିକୁଳି ରକ୍ତହୀନତା ଏକ ମାରାତ୍ମକ ବ୍ୟାଧି ବୋଲି ବର୍ଣ୍ଣନା କରି ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା ପୂର୍ବକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ । ଶିବିର ଅବଧି ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ତଥା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତତ୍ତ୍ଵାବଧାନରେ ରକ୍ତ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

jayashree
Leave A Reply

Your email address will not be published.