oum

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଉଦ୍‌ଘାଟିତ କରିଥିବା ବେଳେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସାଧନକର୍ମୀ କେଶବ ଚନ୍ଦ୍ର ମେହେର ଓ ବିକାଶ ଚନ୍ଦ୍ର ରଣା ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଂଯୋଜନା କରିଥିଲେ । ସାଧନ କର୍ମୀଦ୍ୱୟ କ୍ରିୟାକଳାପ ମାଧ୍ୟମରେ ଏହି ଆକାଂକ୍ଷୀ ପାଠ୍ୟକ୍ରମ ଅର୍ନ୍ତଭୁକ୍ତ କୌଶଳୀ ପ୍ରଶିକ୍ଷଣକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଯୁଗରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତର ଆହ୍ୱାନକୁ ସହଜରେ ସମ୍ମୁଖୀନ ହୋଇ ପାରିବେ ।

Leave A Reply

Your email address will not be published.