
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ବନାମ ସମ୍ବଲପୁର ଏଫ୍ସି ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ଡ୍ର ରହିଥିଲେ । ଟ୍ରାଇବ୍ରେକର ୫-୩ ଗୋଲରେ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ସମ୍ବଲପୁର ଏଫ୍ସିକୁ ହରାଇ ଚମ୍ପିୟାନ ହୋଇଛି । ସିସିଏଫ୍ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂ, କ୍ରୀଡା ସଂଗଠକ ଡ. ସିଦ୍ଧେଶ୍ଵର ମିଶ୍ର, ରୁରାଲ ସ୍ପୋର୍ଟ ସଂପାଦକ ସଂଗ୍ରାମ କେଶରୀ ବହିଦାର, କାର୍ଯ୍ୟକାରୀ କମିଟି ସଦସ୍ୟ ଜୟରାମ ମିଶ୍ର, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା ଓ ପ୍ରମୋଦ ବାରିକ ପ୍ରମୁଖ ମଂଚାସୀନ ଥିଲେ । ବିଜେତା ସୁନ୍ଦରଗଡ ଦଳକୁ ନଗଦ ୫୧ ହଜାର ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ସମ୍ବଲପୁର ଦଳକୁ ନଗଦ ୩୧ ହଜାର ଟଙ୍କା ସହ ଟ୍ରଫି ଅତିଥି ଗଣ ପ୍ରଦାନ କରିଥିଲେ । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ, ଶୁଶାନ୍ତ ନାଗ, ଦେବାଶିଷ ବାଗ ଓ ଜିତୁ କୁମାର ଦଲାଇ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । କ୍ରୀଡା ସଂଗଠକ ସ୍ୱର୍ଗତ ଅମନ ନାଗଙ୍କ ପତ୍ନୀ ସବିତା ନାଗଙ୍କୁ ଅମନ ନାଗଙ୍କ ସ୍ମୃତିରେ ମରୋଣତ୍ତର ସମ୍ମାନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ଖେଳାଳି ସିସିଏଫ୍ଏର ପୂର୍ବତନ ସଭାପତି ଶ୍ରୀଧର ସେଠ, ଅଶୋକ ତ୍ରିପାଠୀ, ସୁବୋଧ ବାଗ, ଅଜୟ ମହାନ୍ତି (ଟୁନା), ଆନନ୍ଦ କୁମାର, ଦେବରାଜ ନାହାକ, ସୁରଜିତ ହନୁମାନ, ବିରେନ୍ଦ୍ର ସୁନା, ଗରୁଡଧ୍ୱଜ ସାଏ ଓ ରାଜ ଭୋଇଙ୍କୁ ଅତିଥି ଗଣ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ସିସିଏଫ୍ଏ କ୍ଲବର ସଂପାଦକ ହେମନ୍ତ କୁମାର ବେହେରା ସଂଯୋଜନା କରିଥିଲେ । ଉପ-ସଭାପତି ଗମନିଏଲ ନାଗ, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ଅସିମ ପାଲ, ପ୍ରଦ୍ୟୁମ୍ନ ନନ୍ଦ, ଜୀବନ ସୁନା, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ସୁବୋଧ ନନ୍ଦ, ପରିତୋଶ ବାଗ, ଅବଦୁଲ ମୁଜିବ, ନରସିଂସ୍ୱାମୀ ନାଇଡୁ, ସୁଦର୍ଶନ ସେଠ, ପୃଥେଶ୍ୱର ନାଗ, ସୁସୋଭିତ ସାଗର, ବି. ସୁମିତ ପ୍ରଭାକର, ପୁଣ୍ୟମୁର୍ତ୍ତି ଖ୍ରୀଷ୍ଟଦାସ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଭାପତି ସୁରେନ୍ଦ୍ର ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।