ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ସମ୍ବଲପୁରକୁ ହରାଇ କଦଲିପାଲି ବରଗଡ଼ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଜଳ ସମ୍ପଦ, ପରିବହନ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖୀଲାରୀ, ପଶ୍ଚିମ ଓଡିଶା ସଂସ୍କରଣ ମସ୍କୁଖ୍ୟ ଅଖିଳଚନ୍ଦ୍ର ହୋତା, ଜିଲ୍ଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡଆ ମୁଖ୍ୟ ପରିଚାଳକ ସତ୍ୟନାରାୟଣ ମାଝି, ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, କ୍ଲବର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ଓ କୋଷାଧ୍ୟକ୍ଷ ରଞ୍ଜିତ ବେହେରା ମଂଚାସୀନ ଥିଲେ । ନୀଳ ନାଏକ, ଶଶିକାନ୍ତ ଦାସିଆ, ନରସିଂ ସ୍ୱାମୀ ନାଇଡୁ, ରାଜେନ୍ଦ୍ର ଧରୁଆ ଖେଳକୁ ପରିଚାଳନା କରିଥିବା ବେଳେ ସୁନୀଲ ବିଶ୍ୱାଲ ମ୍ୟାଚ୍‌ କମିସନର ଥିଲେ । ସଂଘର୍ଷପୂର୍ଣ୍ଣ ଖେଳରେ କଦଲିପାଲି ଏଥେଲେଟିକ ଦଳ ୧-୦ ଗୋଲରେ ଭାରତ କ୍ଲବ ସମ୍ବଲପୁରକୁ ହରାଇ ଚମ୍ପିୟାନ ହୋଇଥିଲା । ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବରେ କଦଲିପାଲି ଦଳର ଜିତୁ ମିର୍ଦ୍ଧା ଓ ଟୁର୍ଣ୍ଣାମେଂଟର ଶ୍ରଷ୍ଠ ଗୋଲ କିପର ଭାବରେ ସିଦ୍ଧାନ୍ତ ପଧାନ ତଥା ଟୁର୍ଣ୍ଣାମେଂଟର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ବଲପୁର ଦଳର ଅମର ଖାଡିଆଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚମ୍ପିୟାନ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଠ କ୍ରଡାବିତ୍‌ ଭାବଗ୍ରାହୀ ରଥ, ଆନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳି ରୋସନାରା ପରବିନ ଓ କ୍ରୀଡା ସଂଗଠକ ସ୍ୱର୍ଗତ ଅମନ ନାଗଙ୍କ ଧର୍ମ ପତ୍ନୀ ସବିତା ନାଗଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ପବିତ୍ର ଖୁଂଟିଆ, ଜୟ ନାରାୟଣ ବହିଦାର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ସତପଥୀ, ସଞ୍ଜିବ ସାହୁ, ମନୋଜ କୁମାର ମିଶ୍ର, ର୍ଧମେନ୍ଦ୍ର କୁମ୍ଭାର, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ମଧୁ ବନଛୋର, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ବିଭୁତି ସ୍ୱାଇଁ, ଶନତ ତ୍ରୀପାଠୀ, ଟିକୁ ପରିଚ୍ଛା, ନିତ୍ୟା ପଧାନ, ସରୋଜ ସାହୁ, ଇନ୍ଦ୍ରମଣି ନନ୍ଦ, ସନ୍ତୋଷ ପାଢୀ, ମଂଟୁ ମିଶ୍ର, ସୂର୍ଯ୍ୟ ମେହେର, ବିଜୟ ପଧାନ, ପ୍ରଶାନ୍ତ ସେଠ, କମ୍ବୁ ତ୍ରୀପାଠୀ, ମୁନା ପାଲ, ୱାର୍ଡ ନଂ-୮ର କାଉନସିଲର ନନ୍ଦିନୀ ପୋଢ, ନୂତନ ଦାଶ, ପୂର୍ବତନ କାଉନସିଲର ମମତା ଜେନା, ଶିବ ବେହେରା, ମନୋଜ ତ୍ରିପାଠୀ ବରିଷ୍ଠ ସଦସ୍ୟ ବିକ୍ରମ ବହିଦାର, ପ୍ରଭାକର ମିଶ୍ର, ନାରାୟଣ ପାଢୀ, ସାନ୍ତନୁ ମିଶ୍ର, ହରିବଂଶ ମିଶ୍ର, ଅଶୋକ ମିଶ୍ର, ପ୍ରଦୀପ ଷଢଙ୍ଗୀ, ରାମଚନ୍ଦ୍ର ପୁରୋହିତ, ସଚିତାନନ୍ଦ ମିଶ୍ର, ବେକୁଣ୍ଠ ଖୁଂଟିଆ, ବିଶିଷ୍ଠ କ୍ରୀଡାବିତ୍‌ ଚଗଲା ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

sixteen + two =