ପାଣିଛତ୍ର ଟଙ୍କା ହଡ଼ପ କରି ଅଭିଯୋଗକାରୀଙ୍କୁ ଧମକ ଦେଉଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମ ଋତୁରେ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ସ୍ଥାପନ କରାଯାଇ ସାଧାରଣ ଲୋକଙ୍କୁ ପାଣି ପିଇବାର ବ୍ୟବସ୍ଥା କରାଯାଇଥାଏ । ଏଥିପାଇଁ ସରକାରଙ୍କ ଠାରୁ ପ୍ରତି ଜଳଛତ୍ର ପାଇଁ ଯାହାକୁ ଦାୟିତ୍ୱ ଦିଆଯାଏ ଦୈନିକ ମଜୁରୀ ଭାବେ ତାଙ୍କୁ ପ୍ରାୟ ୭୫ ଦିନର ମଜୁରୀ ଟଙ୍କା ଦିଆଯାଇଥାଏ । ଗତବର୍ଷ ପାଇକମାଲ ବ୍ଲକରେ ପଞ୍ଚାୟତମାନଙ୍କ ଦ୍ୱାରା ଦିଆଇଥିବା ଜଳଛତ୍ରରେ ଦାୟିତ୍ୱ ଦିଆଇଥିବା ବ୍ୟକ୍ତିମାନଙ୍କୁ କମ୍‌ ପାରିଶ୍ରମିକ ଦେଇ ବାକି ଟଙ୍କା ପଞ୍ଚାୟତ ଅଧିକାରୀମାନେ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଦିବାହାଲ ଗ୍ରାମରେ ଦୀର୍ଘ ୬ ବର୍ଷ ଧରି ବୈଲୋଚନ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପାଣିଛତ୍ରର ଦାୟିତ୍ୱ ଦିଆଯାଇଛି । ଗତବର୍ଷ ୭୫ ଦିନ ଧରି ବୈଲୋଚନ ନାୟକ ବାଦିବାହାଲ ଗାଁରେ ଗ୍ରାମ ପଞ୍ଚାୟତର ନିର୍ଦ୍ଦେଶରେ ପାଣିଛତ୍ର ଦେଇଥିଲେ । ବହୁ ଦିନ ପରେ ଶ୍ରୀ ନାୟକକୁ ପଞ୍ଚାୟତ ଅଧିକାରୀ ମାତ୍ର ୧୩ ହଜାର ଟଙ୍କା ଦେଇ ବାକି ଟଙ୍କା ହଡ଼ପ କରି ନେଇଛନ୍ତି । ଏ ନେଇ ଶ୍ରୀ ନାୟକ ପାଇକମାଲ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ବିଡିଓଙ୍କୁ ଅଭିଯୋଗ କରିବା ପରେ ସ୍ଥାନୀୟ ବିଜେଡିର ଜଣେ ନେତା ତାଙ୍କୁ ଧମକ ଚମକ ଦେଉଥିବା ନେଇ ଶ୍ରୀ ନାୟକ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶ୍ରୀ ନାୟକ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସରକାରଙ୍କଠାରୁ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଉଛନ୍ତି ।

Leave A Reply

Your email address will not be published.

ten + 20 =