pakka

ହୁମ୍ବର ଗ୍ରାମରେ ଯଜ୍ଞ-ପ୍ରତିଷ୍ଠାତ୍ସୋବ ଉଦ୍‌ଯାପିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀ ଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ, ପାର୍ଶ୍ୱ ଦେବଦେବୀଙ୍କ ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ଯଜ୍ଞ-ପ୍ରତିଷ୍ଠାତ୍ସୋବ ବୁଧବାର ପରିସମାପ୍ତି ଘଟିଛି । ବିଗ୍ରହମାନଙ୍କୁ ପ୍ରାଣ-ପ୍ରତିଷ୍ଠା କରାଇ, ସୋମବାର ଯଜ୍ଞ- ପୂର୍ଣ୍ଣାହୂତି ହୋଇ ଠାକୁରଙ୍କ ସିଂହାସନ ଆରୋହଣ ହୋଇଯାଇଛି । ଦୀର୍ଘ ୫ଦିନଧରି ସମାହିତ ହୋଇ ଆସିଥିବା ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆଦି ଯଥାରୀତିରେ ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ୫ଦିନ ଧରି ଗାଁ ସାରା ଉତ୍ସବମୁଖର ହୋଇଉଠିଥିଲା । ସୋମବାର ଗାଁର ଲଳନା, କୁମାରୀ, ଶାଶୁ, ବୋହୂ ଏକତ୍ର ହୋଇ ଜଳପୂର୍ଣ୍ଣ କଳସ ମସ୍ତକରେ ଧରି ସଭିଁଏ ଆନନ୍ଦରେ ହରିନାମ ସଂକୀର୍ତ୍ତନରେ ନାଚି ନାଚି ନଗର ପରିକ୍ରମଣ କରିଥିଲେ । ବାଣ ରୋଷଣୀରେ ଏବଂ ନାନା ବାଦ୍ୟ ଧ୍ୱନିରେ ଗାଁ ପ୍ରକମ୍ପିତ ହୋଇଉଠିଥିଲା । ବର୍ଣ୍ଣାଢ଼୍ୟ ପଟୁଆରରେ ଗ୍ରାମ-ପରିକ୍ରମଣ କରି ଗାଁ ପୋଖରୀରେ ସୋମବାର ଅପରାହ୍ନରେ ବିସର୍ଜନ କରଯାଇଛି ।

jay balangir
Leave A Reply

Your email address will not be published.

eighteen − seven =