pakka

ମୁରିବାହାଲ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଅନ୍ତର୍ଗତ ମୁରିବାହାଲ ବ୍ଲକ ପ୍ରଶାସନ ଓ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ତା.୨୪/୦୧/୨୦୨୪ରିଖ ଏବଂ ତା.୩୦/୦୧/୨୦୨୪ରିଖ ଦୁଇଦିନ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୩୫ଟି ଦଳ ତାଲିମ ନେବା ପାଇଁ ଆସିଥିଲେ । ଗତ ୨୪/୦୧/୨୦୨୪ରିଖରେ ପଞ୍ଜିକୃତ ଦଳଙ୍କୁ ରାଜ୍ୟ ସରକାରଙ୍କ ୧୫ଟି ଯୋଜନା ବିଷୟରେ ତାଲିମ ଦିଆଯାଇଥିଲା । ଗତ ୩୦/୦୧/୨୦୨୪ରିଖରେ ପଞ୍ଜିକୃତ ଦଳ ଗୁଡିକର ଅଡିସନ୍ ହୋଇଥିଲା । ଏଥିରେ ବିଚାରକ ରୂପେ ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ବ୍ଲକ କଳାକାର ସଂଘ ଉପସଭାପତି କୈଳାସ ଦଣ୍ଡସେନା ଓ ଜିଆର୍‌ଏସ୍‌ ଦେବେଶ ମିଶ୍ର ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବ୍ଲକ ଅଞ୍ଚଳର ବହୁ ସଂଖ୍ୟକ କଳାକାର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 4 =