pakka

ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ ସ୍ତରର ଏକ ଆଲୋଚନାଚକ୍ର ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ “ନୂଆ-ଓ” ପକ୍ଷରୁ ନିଆ ହୋଇଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ପର୍ଯ୍ୟାୟର ଆଜି ଅନ୍ତିମ ଦିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ ସ୍ତରର ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ସଭାରେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହାକୁ ସଂଯୋଜନା କରିଥିଲେ ଇତିହାସ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ସଦାନନ୍ଦ ନାୟକ । ଏଥିରେ ଆଲୋଚକ ଭାବେ କଲକତାରେ ଥିବା ସ୍କୁଲ ଅଫ୍‌ ସୋସିଆଲ୍‌ ସାଇନ୍ସ ଭାରତୀୟ ପରିସଂଖ୍ୟାନ ଅନୁଷ୍ଠାନର ଡିନ୍ ପ୍ରଫେସର ନୀଳାଦ୍ରି ଶେଖର ଦାସ ଆଲୋଚକ ଭାବେ ଯୋଗ ଦେଇ ପରିସଂଖ୍ୟାନ ଦୃଷ୍ଟିରୁ ଦକ୍ଷିଣ ଓଡ଼ିଶାରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କର ସଂସ୍କୃତି ସହିତ ସେମାନଙ୍କର ଭାଷା ସଂପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଅନ୍ୟତମ ଅତିଥି ଆଲୋଚକ ଭାବେ ଯୋଗ ଦେଇ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ବିଭିନ୍ନ ଜିଲ୍ଲାରେ ବ୍ୟବହୃତ ଶବ୍ଦାବଳୀ ସଂପର୍କରେ ମତ ଦେଇଥିଲେ । ସେହିପରି ଭାବେ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ଲାଙ୍ଗୁଏଜେସ୍‌ର ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ବାଗ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ଅନୁବାଦ କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ଉପରେ ଆଲୋଚନା କରିଥିଲେ । ଶେଷରେ ସ୍ନାତକୋତ୍ତର ଭାଷା ବିଜ୍ଞାନର ଅଧ୍ୟାପକ ଡକ୍ଟର ମେଣ୍ଡମ ବାପୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଭାଷା ବିଜ୍ଞାନର ସମସ୍ତ ଶିକ୍ଷକଙ୍କ ସହିତ ଅନେକ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ । ପରିଶେଷରେ ବିଜୁ ପଟ୍ଟନାୟକ ଅଡିଟୋରିଅମ୍‌ଠାରେ ଦକ୍ଷିଣ ଓଡ଼ିଶାର ଲୋକ କଳା ପ୍ରଦର୍ଶନ ହୋଇଥିଲା । ଏହାକୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ କୁଳ ସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ନୋଡାଲ ଅଫିସର ଡକ୍ଟର ସଦାନନ୍ଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକ କଳା, ଲୋକ ସଂସ୍କୃତିର କଳାକାର ଗଣ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ । ଆଜି ସନ୍ଧ୍ୟାରେ ବାଘ ନାଟ, ସଉରା ନୃତ୍ୟ, ଶିଙ୍ଗ ବାଦ୍ୟ, କନ୍ଧ ନାଚ, ଭାରତ ଲୀଳା, ଆଦି ଲୋକକଳା ଗୁଡ଼ିକ କଳାକାରମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଦକ୍ଷିଣ ଓଡ଼ିଶାର ଲୋକକଳାର ଦଳ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିବା ସହିତ ପାରମ୍ପରିକ ନୃତ୍ୟ ବାଦ୍ୟ ଏବଂ ସଙ୍ଗୀତର ତାଳେ ତାଳେ ଛାତ୍ରଛାତ୍ରୀମାନେ ମଧ୍ୟ ଝୁମି ଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଣ ଶିକ୍ଷକ, ସ୍ଥାନୀୟ ଲୋକେ ଏବଂ ଛାତ୍ରଛାତ୍ରୀଙ୍କ ସମାବେଶରେ ବିଜୁ ପଟ୍ଟନାୟକ ଅଡିଟୋରିମ୍ ଭରପୁର ଥିଲା । ପରିଶେଷରେ କଳାକାରଙ୍କ ଶ୍ରମ, ନିଷ୍ଠା ଏବଂ ଅବଦାନକୁ ସ୍ଵୀକୃତି ଜଣାଇ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉପଢ଼ୌକନ ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରିଥିଲେ । ଅନ୍ୟତମ ଅତିଥି ଭାବେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ନୋଡାଲ ଅଫିସର ଡକ୍ଟର ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟ ନିରନ୍ତର ବିଶ୍ୱାସ ଏବଂ ଆସ୍ଥା କରି ଆସିଛି ଲୋକକଳା, ଲୋକ ସଂସ୍କୃତି ଏବଂ କଳାକାରମାନଙ୍କ ପ୍ରତି ତାର କର୍ତ୍ତବ୍ୟବୋଧତା । ସାମ୍ପ୍ରତିକ ସମୟରେ ଯୁବପିଢିଙ୍କ ମଧ୍ୟରେ ପାରମ୍ପରିକ କଳା ପ୍ରତି ଆଗ୍ରହ ସୃଷ୍ଟି କରିବା ମଧ୍ୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅନ୍ୟତମ ଉଦ୍ଦେଶ୍ୟ ଅଟେ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

19 + fifteen =