pakka

ମୁରିବାହାଲରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଆନୁକୂଲ୍ୟରେ ବୁଧବାର ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ, ସମସ୍ତ ହିନ୍ଦୁ ଭାଇ ତଥା ମୁରିବାହାଲ ଗ୍ରାମ ପଞ୍ଚାୟତର ଜନସାଧାରଣ ତଥା ମୁରିବାହାଲର ବ୍ଲକ, ବସ୍ତି, ଭୋଇପଡା, ଘଣ୍ଟବାହାଲ, ବନବାହାଲ୍ ଓ ଯମୁନା ଗ୍ରାମର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସମସ୍ତ ଉପଦେଷ୍ଟାମାନଙ୍କୁ ନେଇ ଆଜି ତା ୩୧/୦୧/୨୦୨୪ ବୁଧବାର ଦିନ ଅପରାହ୍ନ ୪.୦୦ ସମୟରେ ମୁରିବାହାଲ ସ୍ଥିତ ଟୁଁନଟୁନି ମୁଡା ପାଖରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ରାଜିବ କୁଅଁର ଓ ତାଙ୍କର ଧର୍ମପତ୍ନୀ ସୁମତି କୁଅଁର ଓ ପୂଜକ ରୂପେ କାଶୀନାଥ ଦାସ ପୂଜା ଅର୍ଚ୍ଚନା କରି ଦାୟିତ୍ଵ ନିର୍ବାହ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଓ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି । ଆଗାମୀ ଦିନରେ ସଂପୃକ୍ତ ସ୍ଥାନରେ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମହାପ୍ରଭୁଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି ।

jay balangir
Leave A Reply

Your email address will not be published.

four + eleven =