ଲୋକାର୍ପିତ ହେଲା ସୋଆ ପ୍ରଫେସରଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ, ନାଗପୁରରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମାଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ରଘୁ ଠାକୁରଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ- ଆମ୍ବେଦକର– କିତନେ ଦୁର କିତନେ ପାସ’ର ଓଡ଼ିଆ ଅନୁବାଦିତ ପୁସ୍ତକ ଶନିବାର ନାଗପୁର ଠାରେ ଉନ୍ମୋଚିତ ହୋଇଯାଇଛି । ନାଗପୁର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡକରି ଏହି ପୁସ୍ତକର ଉନ୍ମୋଚନ କରିଥିଲେ ।

ଶ୍ରୀ ଗଡକରି ଏହି ସଭାରେ ବକ୍ତୃତା ଦେଇ କହିଥିଲେ ଯେ ସମାଜର ହିତ ନିମନ୍ତେ ସମସ୍ତେ ଏକମତ ହେବା ଆବଶ୍ୟକ । ବିଚାରମତ ଦ୍ୱାରା ଦେଶର ପ୍ରଗତି ହେଲେ ଗାନ୍ଧୀ ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ମତ ରଖିଥିଲେ ।

Leave A Reply

Your email address will not be published.

11 + fifteen =