jayashree

ବନ୍ୟାଜଳରେ ଫସିଥିବା ଲୋକଙ୍କର ସଫଳ ଉଦ୍ଧାର କାର୍ଯ୍ୟ ଜାରି

​ବଲାଙ୍ଗିର (କେପିଏନ୍‌ଏସ୍‌) : ଗନ୍ଧରଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା ୧୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ବାକି ୪ ଜଣ ବ୍ୟକ୍ତି ସୁନ୍ଧିମୁଣ୍ଡା ଏବଂ କାନ୍ଧ୍ରା ଅଞ୍ଚଳରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ଜୋରଦାର ଅଭିଯାନ ଜାରି ରହିଛି । ​ଏହି ଉଦ୍ଧାର କାର୍ଯ୍ୟରେ ଟିଟିଲାଗଡ଼ର ଅଗ୍ନିଶମ ଅଧିକାରୀ ଏବଂ ତାଙ୍କ ଟିମ୍‌ର ସ୍ୱତନ୍ତ୍ର ସହଯୋଗ କ୍ରମେ ସୁନ୍ଧିମୁଣ୍ଡା ଅଞ୍ଚଳରୁ ବ୍ୟକ୍ତିମାନଙ୍କୁ କୁଶଳର ସହିତ ଉଦ୍ଧାର କରାଯାଇଛି । ପ୍ରଶାସନ, ଓଡ଼୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଏକ ବଡ଼ଧରଣର ବିପଦ ଏଡ଼ାଯାଇପାରିଛି । ଫସିରହିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

Leave A Reply

Your email address will not be published.