
- ବିଏସ୍ଏଫ ଓ ଡିଭିଏଫ୍ର ମିଳିତ ଅଭିଯାନରେ ଆଇଡି, ଜିଲେଟିନ ଷ୍ଟିକ ଓ. ଡି. ଟୋନେଟର ଉଦ୍ଧାର
ମାଲକାନଗିରି, (କେପିଏନ୍ଏସ୍) : ମାଲକାନଗିରି ଜିଲ୍ଲାର ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୁରକ୍ଷା ବାହିନୀ ଜବତ କରିଛି । ସୂଚନା ଅନୁସାରେ ବିଏସ୍ଏଫ୍ ଓ ଡିଭିଏଫ୍ର ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ଏହି ସଫଳତା ମିଳିଥିବା ବେଳେ ସମ୍ଭାବ୍ୟ ମାଓ ଆକ୍ରମଣର ଯୋଜନାକୁ ବିଫଳ କରାଯାଇଛି । ଏହି କୁମ୍ବିଙ୍ଗ ଅପରେସନ ସମୟରେ ତିନୋଟି ଇଦ, ୩୨ଟି ଜିଲୋଟିନ ଷ୍ଟିକ, ୧୧ଟି ଡିଟୋନେଟ୍ର, ଗନ୍ ପାଉଡର, କର୍ଡେକ୍ସ ତାର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନକୁ ଆହୁରି ଜୋର୍ଦାର୍ କରାଯାଇଛି । ଏଥିସହ ଓଡିଶା-ଛତିଶଗଡ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ କୁମ୍ବିଙ୍ଗ ଅପରେସନ ଜାରି ରହିବ ବୋଲି ସୁରକ୍ଷାବାହିନୀ ସୂତ୍ରରୁ ଜଣାପଡ଼ିଛି ।